STORYMIRROR

Sunanda Mohanty

Romance Tragedy Action

3  

Sunanda Mohanty

Romance Tragedy Action

ପକ୍ଷୀ

ପକ୍ଷୀ

1 min
156


ଦୁଃଖ ଦୁଃଖୀ ହେଉଥିଲା

ସୁଖ ସୁଖୀ ହେଉଥିଲା

ମୋ ଚଉହଦୀ ଚାରିପଟେ

ଆବର୍ତ୍ତମାନର ଆର୍ତ୍ତନାଦେ

ବିବର୍ତ୍ତମାନର ଅହଙ୍କାରେ

ନିବୃତ୍ତ ସବୁଜ କୋଠରୀରେ

କାଠିକୁଟା ସଂଗ୍ରହ କରି

ଗୁଟୁରୁ ଗୁଂ କରୁଥିବା ପାରା ଦୁଇଟି

ଅଣ୍ଡା ଦେଇ ଆହାର ଅନ୍ୱେଷଣରେ

ବିଲକ୍ଷଣ ଜାଣିପାରିଲେନି

ଅଣ୍ଡାରୁ ଛୁଆ ଫୁଟିବାର

ସମ୍ଭାବନା ହିଁ ନଥିଲା

କାରଣ ଅଣ୍ଡା ଗୁଡ଼ିକ ଖୋଳପା ହୋଇସାରିଥିଲା

କେମିତି କାହିଁକି ପ୍ରଶ୍ନରେ

ଦୁଃଖ ସୁଖ ସରହଦ ଟପି

ପକ୍ଷୀ ଦୁଇଟି ଉଷୁମେଇ ଚାଲିଥିଲେ ପାଳିକରି

ବଞ୍ଚିଥିଲେ ଉନ୍ମାଦନାରେ

 ଚଞ୍ଚୁରେ ଚଞ୍ଚୁ ଘଷି ବର୍ଷା କାଳରେ

ଅଣ୍ଡାଗୁଡିକ ଫୁଟିଲେନି କାହିଁକି ପ୍ରଶ୍ନ ନଥିଲା ମୁଣ୍ଡରେ

ଗୁଟୁରୁ ଗୁଉଁ ଶବ୍ଦ ରହିରହି ଶୁଭୁଥିଲା ଥରେଥରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance