STORYMIRROR

Bidyadhar Mantry

Abstract Classics Inspirational

3  

Bidyadhar Mantry

Abstract Classics Inspirational

ପଖାଳ ଖିଆ ଓଡ଼ିଆ

ପଖାଳ ଖିଆ ଓଡ଼ିଆ

2 mins
3


ଯଦି ଏକ ଜନ ଗହଳି ମେଳା ରେ

ପଖାଳ ଡାକ ଶୁଭିବ

କିଏ ଗୁରୁତ୍ଵ ଦେଉ ଅବା ନ ଦେଉ

ଓଡ଼ିଆ କାନ ଡେରିବ 

ଅଛି ପଖାଳ ସମ୍ବନ୍ଧୀୟ କବିତା 

କବିତା ପଖାଳ ପରି

ଯେତେ ଖାଉ ଥିଲେ , ଯେତେ ପଢ଼ୁ ଥିଲେ

ପଖାଳ କବିତା ପରି

ପଖାଳ ଉତ୍କଳେ ସଂଜୀବନୀ ସୁଧା

ହରେ କ୍ଳାନ୍ତି ତୃଷା କ୍ଷୁଧା

ଲେଖିଛନ୍ତି କବି ପଖାଳର ଗାଥା

ପଖାଳ ସୁଖ ସୁବିଧା

ସୁବାସ, ଚୁପୁଡ଼ା,ପାଣି,ଦହି,ମିଠା

ମଲ୍ଲି ଫୁଲ, ଟଭା, ଘିଅ

ପଖାଳ ଶବ୍ଦ ପୂର୍ବରୁ ଲାଗି ଯାଏ

ଯେବେ ଲାଗି ହୁଏ ଦିଅଁ ।


ପଖାଳ ସହିତ କଅଣ ଚାଖଣା

କେତେ ସୁଆଦିଆ ହେବ

ଖାଇବା ପିଇବା ଆଶାୟୀ ଜାଣିଛି

ପଖାଳର ହାବ ଭାବ

ପଖାଳ ତ ବୋଧେ ସୃଷ୍ଟି ଆରମ୍ଭ ରୁ

ରହିଛି ପୁଣି ରହିବ

ଏ ପଖାଳ ଦିବସ ନାମରେ କିମ୍ପା

ଅଯଥାରେ ଦମ୍ଭ ଗର୍ବ

ଏ ସବୁ ଚଳନ୍ତି ଗଣ ମାଧ୍ୟମର

ଉଦ୍ଭଟ ଭବ୍ୟ ବିଚାର

ପଖାଳ ସମ୍ବନ୍ଧୀୟ ଶବ୍ଦ ପ୍ରୟୋଗ

ଅଜବ ଓ ଅବାନ୍ତର

ଭାତ ହାତ ମୁଠାରେ ଥିଲେ ହିଁ ' ଗୁଣ୍ଡା '

 ' କଂସା ' ହେଉଛି ପାତ୍ର 

ସତେ ଯେପରି ପଖାଳ ଖାଦ୍ୟ ଖାଇ

ଓଡ଼ିଆ ଅଛି ଜୀବିତ !!!


ହଁ, ମାଆ ତିଆରି ପଖାଳ ସୁଆଦ

ଭୋକ ହେବ ସଞ୍ଜ ବେଳେ

ଘରଣୀ ତିଆରି ରସାଳ ପଖାଳ

ଭୋକ ବଢ଼େ ରାତି ବେଳେ

ସକାଳୁ ସକାଳୁ ଚାଷୀ ଭାଇ ଖୁସି

ଖାଇ ପଖାଳ ପିଆଜ

ଅଳସୁଆ ଯଦି ଖାଇଲା ପଖାଳ

ଖରା ବି ମଣିବ ସଞ୍ଜ

ପଇସା ବାଲାଏ ପଖାଳ ପ୍ରେମରେ

ଶରଧା ନ ଥାଏ ପ୍ରାୟ

ବିବାହିତା ଝିଅ ମାଆ ପଖାଳ ର

ବାସି ତୋରାଣି ରେ ମୋହ

ଟଙ୍କ ତୋରାଣି ତ ସଭିଙ୍କର ପ୍ରିୟ

ସୁଯୋଗ ମିଳିଲେ ପିଅ

ସେ ତୋରାଣି ପିଇ ଭୋକ ଭୁଲି ଯିବ

ଟଙ୍କ ତୋରାଣି ର ଜୟ ।


ପଖାଳ କହିଲେ କେବଳ ଓଡ଼ିଆ 

ଓଡ଼ିଆ ଅର୍ଥ ପଖାଳ

ପଖାଳ ନାମରେ ପ୍ରଚାର ପ୍ରସାର

କ'ଣ ମିଳୁଛି ସୁଫଳ !!!!!

ଓଡ଼ିଆ ଠାକୁର ବି ପଖାଳ ଖିଆ

ଓଡ଼ିଆ ରକ୍ତରେ ଭାତ

ପାଣି ମିଶା ତୋରାଣି ମିଶା ପଖାଳ

ପଖାଳ ବାସି ଭାତ

ମାଟି ହାଣ୍ଡି ଆଉ ଉଷୁନା ଚାଉଳ

ପଖାଳ ଭାତ ର ସାଥୀ

ବଦଳି ଯାଇଛି ରୂପ ରେଖ ଆଦି

ସଜ ପଖାଳ ଉତ୍ପତ୍ତି ।


ପଖାଳ ଦିବସ ନାମରେ ଗହଳି

ଗଣ ମାଧ୍ୟମେ କେବଳ

ପଖାଳ ଭଜନ କୀର୍ତ୍ତନ କରିଲେ

ମିଳୁଛି କଣ ସୁଫଳ?

ଗଣ ମାଧ୍ୟମ ଓ ସାହିତ୍ୟ ସଂସଦ

ପଖାଳ ପାଇଁ ଚିନ୍ତିତ

ପଖାଳ ମୁଠିଏ ପାଇବା ଆଶାୟୀ

ମନରେ ସତେ ଅମୃତ!

ପଖାଳର ସଂଜ୍ଞା ନିର୍ଣ୍ଣୟ କରିବା

କିଛି ନୁହେଁ ଆବଶ୍ୟକ

ଖାଦ୍ୟ ଭାବେ ଗ୍ରହଣ ହେଉଛି ପ୍ରାୟ

ଓଡ଼ିଆ ପ୍ରାଣ ସାର୍ଥକ

ପଖାଳ ବିଷୟରେ ଯଦି ଗବେଷଣା

କରିବାକୁ କୁହାଯିବ

ଆମ ଓଡ଼ିଆ ପଖାଳ ଖିଆ ମୁଣ୍ଡ

ନିଶ୍ଚେ ଉପାଧି ପାଇବ ।



Rate this content
Log in

Similar oriya poem from Abstract