STORYMIRROR

ଵଳରାମ ତରାଈ

Inspirational Others

3  

ଵଳରାମ ତରାଈ

Inspirational Others

ପଖାଳ ଦିବସ କଵିତା

ପଖାଳ ଦିବସ କଵିତା

1 min
519


ପଖାଳ ଯେ ଖିଆ ବାରମାସ

କିମ୍ବା ଦରକାର କେଉଁ ଦିବସ

ଵାସି ତୋରାଣି କି କଚାପିଆଜ

ଦୁଃଖୀଜନ ମାନେ

ସେ କାଳ ପଖାଳ ଗଲାଣି ସଜନୀ

ସେକାଳ ପଖାଳ ଗଲାଣି ,

ନାଲିପାଣି ମିଳେ ଗାଁ କ୍ୟାବିନ୍ ରେ

ତୋରାଣିର ସୁଖ ସରିଲାଣି

ନାଲିପାଣି ପିଇ ନିଶା ହୋଇଗଲା

ପଖାଳକୁ ଭୁଲିଯାଇ ନିସାରୀ ଟ୍ଳଳତୀ

ତଥାପି ଓଡ଼ିଆ ଭାରି ବଢିଆ ଲୋ

କଥା ଏଢିଆ ତେଢିଆ,

ଆମରି ପ୍ରୟାସ ସଗର୍ବେ କହିବା

ଆମର ପଖାଳ ପ୍ରିୟ,

ବିନା ପଖାଳରେ କିଏ ସେ ଓଡ଼ିଆ

ସହିବନି କା'ର ଦେହ ଶକାଳୁ ଉଠି

ପଖାଳ ଖାଇ ମନ ହୋଇ ଶାନ୍ତି

ନିତି ଦିନ ଆମ୍ଭ ପଖାଳ ଦିବସ

ପ୍ରିୟ ଓଡିଆ ପୋଷକ,

ପଖାଳ କଂସାରୁ ଗୁଣ୍ଡାଏ ଭକ୍ଷିଲେ

ଦେହ ଦିଶେ ଝକ ଝକ

ପଖାଳର ଧାରା ଅତୀବ ନିଆରା

ମନୁ କେ ପାରିବ ଭୁଲି ,

ସାଙ୍କେତିକ ଭାବେ ମାଆର୍ଚ କୋଡିଏ

ପଖାଳ ଦିବସ ବୋଲି

ପଖାଳ ସହିତ ଦହି ବଡିଚୁରା

ନାଲି ଲଙ୍କା ପୋଡାପୋଡି,

ଚୁନାମାଛ ସହ ଚିଙ୍ଗୁଡ଼ି ଚକୋଟା

ଶାଗ ସାଲାଟକୁ ଭିଡି କମଳାପାଣିକୁ ପିଇ

ଅସହ୍ୟ ଖରାରେ ପଖାଳ ଖାଇକି

ମୁନ୍ଦିଏ ତୋରାଣି ପିଇ,

ପେଟ ଥଣ୍ଡା ଆଉ ରହିବ ନିରୋଗ

ଶିରୋଧାର୍ଯ୍ଯ ଛାମୁବର

ପଖାଳ ଭତକୁ କିଏ ବା ଭୁଲି ପାରିବି

ଓଡିଆ ମାନଙ୍କର ସ୍ଵର

ପଖାଳ ମହାତ୍ମା ବ୍ୟାପିଗଲା ତହୁଁ

ସାରା ଓଡ଼ିଶା ମୂଲକେ

ମଜୁରିଆ ପରିବାର ପଖାଳଖିଆ

ଵାସି ପଖାଳରେ ଶାନ୍ତି ତାଙ୍କ ପରିବାର

ବ୍ରହ୍ମପୁରିଆଙ୍କ ପଖାଳ ତରିକା

ଖାଇଲେ ଛାଡିବ ନାହିଁ,

ସାରା ଓଡିଆ ରାଜ୍ୟର ରେ ନାମ ଅଛି ରହି

ଏମିତି ଅନେକ ଏହି ଦିନକୁ ମନେ ରଖିଛନ୍ତି ଆମ ଓଢିଆ ଭାଇ

ସେହିଦିନ ଥିଲା ଖ୍ରୀଷ୍ଟୀୟ ମତରେ

ମାର୍ଚ୍ଚ କୋଡିଏ ଦିନ ,

ଗଜପତି ରାଜା ଓଡ଼ିଆଙ୍କୁ ବାର୍ତ୍ତା

ଜାଣ ପଖାଳ ସ୍ବତନ୍ତ୍ର

ସେହିଦିନ ଠାରୁ ପଖାଳ ଖାଇବା

ପ୍ରତି ଓଡିଆଙ୍କ ଘରେ ।

ଵଳରାମ ତରାଇ

ଖୋଧା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational