ପଵିତ୍ର ପାପ
ପଵିତ୍ର ପାପ
ମୁଁ ଜାଣେ
ଆମ ପ୍ରେମ ଅସମ୍ଭବ
କିନ୍ତୁ
ଆଖି କଣ ବୁଝେ କି
ସେ ଦେଖୁଥାଏ ସ୍ବପ୍ନର ରୂପ ।
ମୁଁ ଜାଣେ
ଆମ ପ୍ରେମ ଅବାସ୍ତବ
କିନ୍ତୁ
ଆତ୍ମା କଣ ବୁଝେ କି
ସେ ଚାହୁଁଥାଏ ଆଶାର ଲେପ ।
ମୁଁ ଜାଣେ
ଆମ ପ୍ରେମ ଅଭିଶାପ
କିନ୍ତୁ
ମନ କଣ ବୁଝେ କି
ସେ ଲୋଡୁଥାଏ ତୁମ ସାନିଧ୍ୟ ।
ଆଉ କଣ ବା ଲେଖିବି,
ଏଇ ବୋଧେ ସେଇ ପବିତ୍ର ପାପ ।

