STORYMIRROR

Bhabani charan Mishra

Comedy

2  

Bhabani charan Mishra

Comedy

[ ପିଙ୍କି ତୁମେ ବଦମାସ ହେଲେ ]

[ ପିଙ୍କି ତୁମେ ବଦମାସ ହେଲେ ]

2 mins
13.6K


ହା..ହା..ହା..

॥ ଜୟ ଜଗନ୍ନାଥ ॥

~~~~~~~~~

ପିଙ୍କି..ତମେ ବଦ୍ ମାସ୍ ହେଲେ

ବଜେଇବ ନାଇଁ..କି..?

••••••••••••••••••••••••

ଦୁଷ୍ଟ ବୋଲି ଗୋଟେ ସୀମା ଅଛି ତାର ..

ସୀମା ନ ମାନନ୍ତି ଏଇ..।

ସବୁ ଠାରୁ ପରା ବଡ ଦୁର୍ଦଣ୍ତ ଲୋ

ଆମରି ହରିଅା ଭା.ଇ..॥

ନଣନ୍ଦ ପୁଟୁଳି ଆଣିଥିଲା ପିଙ୍କି

ବିକି ଭାଙ୍ଗି ଗଲେ ଖାଇ..।

କାନ୍ଦୁଥିଲା ପିଙ୍କି ଏମିତି କି ତୁମ

ନମ୍ବରିଆ ବାର ଭାଇ..॥

ଦିଅ ଥରେ ମୋତେ ଦିଲ୍ମୀ ର ନମ୍ବର

ପଚାରିବି ଟୋକା ଏଇ..।

ଘରେ ନ ପଶୁଣୁ ଚାଳ ବାଜିଲାଣି

କି ହବ ଆଗକୁ ହାଏ..॥

ଭଗିଆ ଭାଇ ତା ଚପଲ କଣ୍ଟନ୍ତି

ମାଇପ ଆଣିବା ପାଇଁ..।

ଦର କାନ୍ଦ ହେଇ ପିଙ୍କି ଧାଇଁ ଆସି

କହୁଛି ଶୁଣୁଛ ଏଇ..?

କୋଲ୍ହାପୁରୀ ବାଲା ଚପଲକୁ ମୋର

ଭଗବାନ ଯିବେ ନେଇ..॥

କହିଲି ମୁଁ ହସି ସୁନ୍ ଲୋ ମାନସୀ

ତୋ ଚପଲ ନେବେ କାହିଁ..?

ଡିଜାଣି ଦେଖନ୍ତି ଅଭିଆଡି ଲୋକ

କିଣବେ ମାଇପ ପେଇଁ..॥

ଦିନେ ବାରଟାରେ ଚାଗ ଗର ଗରେ

ହୋଟେଲୁ ଆଣ ମୋ ପାଇଁ...।

୪ ଟା ମିଲି ଦିନ ଓ ରାତିର

ଖାଇଗଲେ ତୁମ ଭାଇ..॥

କାହିଁତ ନାହାନ୍ତି କେହି..?

ବୃକୋଦର ଭାଇ ସନ୍ତ ପଚାରିଲେ

ନୁଆଁ ବୋଉ ମୋର'

ଶୁଖୁଆ ଅଛିକି ନାହିଁ..??

ଚିକେନ୍ ଝୋଳର ଲୋଭରୁ ସେ ସବୁ

ଖାଉ ଖାଉ ଗଲେ ଖାଇ..॥

କି କହିବ ସେଇ ନୀଳର କାହାଣୀ

ଜମା ସେ ନେଳିଆ ନାହିଁ..।

ଶହେ ଆଠ ରଙ୍ଗ ଦେହେରେ

ତାଙ୍କର

କଳାକୃଷ୍ଣ ସରି ନାହିଁ..॥

କ...ଣ..କଲା..ସେ...ଭାଇ..?

କହୁଥିଲା ତୁମେ ନୀଳଟେ ପିନ୍ଧିଛ

ରଙ୍ଗଟେ ପିନ୍ଧୁନ କାଇଁ..??

ଦୁନିଆଁର ସବୁ ନୀଳ ପରା ମୋର

ତୁମେ.କଣ ମୋର ପେଇଁ...?

ମୁଣ୍ତ ହେଲା ଝାଇଁ ଝାଇଁ..।

କଣ କହିଲ କହିଲେ କହିଲେ

ଡେଞ୍ଜର ତ କହିନାହିଁ..॥

ତୁମକୁ ଫୋନ କରିଛିକି ନାହିଁ

ଆସିଲେ ଭାସ୍କର ଭାଇ..॥

ଜାଣି ମୁଁ ନଥିଲି ନୀଳଠୁ ଡେଞ୍ଜର

ସତରେ ତୁମର ଭୁବେନେ ଶରିଅା ଉଇ..।

ନୀଳଟା ମୋହର କୁନୁପିଲା ତାର

ବୁଧିସୁଧି ପରା ନାଇଁ..।

ଏ ସମାନ୍ୟ କଥା ଦେଲା ମନେବ୍ୟଥା

କି କହୁଛ ତୁମେ ହାଇଁ..??

ଦଶ ଶିର ପରା ଭାତୃଦେବ ମୋର

ତାଙ୍କ କୋପ ଜାଣ ନାହିଁ..??

ଆମ୍ଭେ କିମ୍ବା ଅତ୍ର ଏକେଲା ମରିବୁ

ମରଣ ବି ତୁମ ପାଇଁ..।

ତନୁରେ ତୁମ୍ଭର ଲାଜର ସମ୍ଭାର

ସେ ସିନା ସୁନ୍ଦର ୟହିଁ..॥

ବୃଥା ଅଭିମାନ ମାନ ଓ ଗୁମାନ

ଅକାରଣ ପ୍ରାଣ ସହି..॥

ଚମକି ଚାହିଁଲା ଆପାଦ ମସ୍ତକ

ଅରେ..ରେ..ରେ..ଏଇ ତ ସେଇ..??

ଯାହା ସପନରେ କଲେଜର ଝିଅଙ୍କ

ନିଦ ହଜିଯାଏ କାହିଁ..॥

ବାଣ ଭଟ୍ଟ କିମ୍ବା କାଳିଦାଶ ଙ୍କର

ଦଦେଇ ଙ୍କ ପୁଆ ଭାଇ..!

ଉପେନ୍ଦ୍ର ଭଞ୍ଜର ଖଞ୍ଜକୁ ଧରି ୟେ

କବିତା ଲେଖନ୍ତି ନାଇଁ..??

ସଖି ସହୋଦରୀ କହିଲେଣି ଯାହା

ଆଗକୁ ନିସ୍ତର ନାହିଁ..।

ରାବଣ ବୁଲେଟ ହେଲା ଫଟ ଫଟ

ଶୁଣି ପଳେଇଲେ ଧାଇଁ..।

ତାଙ୍କ ଯିବା ବାଟେ ଦୁବ ଟେ କୋଉଠେ

ଉଠିବା ମୁଁ ଦେଖୁନାହିଁ..॥

ସକାଳ ବୃତାନ୍ତ ହୋଇ ଅବଗତ

ହସିଲି ମୁଁ ହାଈଁ..ହାଇଁ..।

ଦଶାନନ ଯଦି ଜିନ୍ଦା ଲୋ ସଜନୀ

ଯମ ଠେ ଜୀବନ ନାହିଁ..।

ସିଂଘ କୁ ଶୃଗାଳ ଗର୍ମ କୁ ପଖାଳ

ବେଳ ଜମା ଲାଗେ ନାହିଁ..॥

ବଦମାସ ବୋଲି କହିବୁନି କେବେ

ସେମାନେ ମୋ କୁନି ଭାଇ..॥

କାଲିଠୁ ଟିସୁନ୍ କରିବୁ ଏଈଠି

ଘୋସେଇବୁ ଏକ ଦୁଇ..।

କଥା ନ ମାନିଲେ ଚାଇଁକା ବାଡିରେ

ବଜେଇବୁ ଚାଇଁ ଚାଇଁ..।

ସବୁ ଦୁଷ୍ଟ ଏଠି ସୀମାରେ ରହିବେ

କେହି ବଳିଯିବେ ନାହିଁ..।

ନୋହିଲେ କେମିତି ପ୍ରତାପୀ

ରାବଣ

ଦେଖିବେ ସେମାନେ ଆଇଁ..।॥।॥

*****************

ହା..ହା..ହା..

namaskaar..

aau kn darkar..

॥ ଜୟ ଜଗନ୍ନାଥ ॥

bhabani charan mishra

mohana ( gajapati )

9438187739


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy