STORYMIRROR

Kishore Nayak

Children

3  

Kishore Nayak

Children

"ପିମ୍ପୁଡି ଭାଇ "

"ପିମ୍ପୁଡି ଭାଇ "

1 min
17

ଶିଶୁ ଓ କିଶୋରମାନଙ୍କ ନିମନ୍ତେ କବିତାଟିଏ 


ବୈଶାଖ ମାସର ଟାଣୁଆ ଖରା 

ଝାଳ ବହେ ଗମ ଗମ 

ବାଟ ଚାଲି ଚାଲି ପିମ୍ପୁଡି ଭାଇର 

ହାଲିଆ ହେଲାଣି ଦମ ll

ଭାରଥୋର ଧରି ଝିଅ ଘରକୁ 

ଭାଇନା ଯାଉଛି ବୁଲି 

ଭାଇନାର ଅଟେ ଗୋଟିଏ ଝିଅ 

ନାଁ'ଟି ତା'ର ସୋଲି ll

ଏଇ ଗଲା ସନ ଭାଇନା ଆମର 

ଝିଅକୁ ଦେଇଛି ବାହା 

ଭାଇନାର ଆଉ ନାହାଁନ୍ତି କେହି 

କହିବାକୁ ପଦେ ଆହା ll

ସୋଲିର ମା' ଆରପାରିକୁ 

କେବେଠୁ ଗଲେଣି ଚାଲି 

ସୁଖରେ ଦୁଃଖରେ ଚାଲିଛି ଭାଇନା 

ଭାଗ୍ୟକୁ ଆଦରି ଖାଲି ll

ବାଛି ବାଛି କରି ଭାଇନା ଆମର 

ଜନ୍ଦାକୁ କରିଛି ଜୋଇଁ 

ଜନ୍ଦାବାବୁଙ୍କର ଜମିଦାରୀ ଘର 

ଧନର ଅଭାବ ନାହିଁ ll

ଝିଅର ଘର ସାତକୋଶ ବାଟ 

ଭାଇନା ଚାଲିଛି ଏକା 

ଡହ ଡହ ଖରା ଶୂନଶାନ ରାସ୍ତା 

ବାଟୋଇଟେ ନାହିଁ ଦେଖା ll

ବରଗଛଟିଏ ପଡିଲା ଆଗକୁ 

କିଛି ବାଟ ଗଲା ପରେ 

ଥକା ମେଣ୍ଟାଇଲା ପିମ୍ପୁଡି ଭାଇନା 

ବସି ଗଛର ଛାଇରେ ll

ଗଛ ଛାଇ ଦିଏ କେତେ ଶୀତଳତା 

ତୁଳନା ତାହାର କାହିଁ? 

ପଥ ଧାରେ ଧାରେ ଗଛ ଲଗାଇବା 

ଆସରେ ଭଉଣୀ ଭାଇ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children