STORYMIRROR

Pranati Mahapatra

Inspirational Children

3  

Pranati Mahapatra

Inspirational Children

ପିଲାଙ୍କ ମଉଜ

ପିଲାଙ୍କ ମଉଜ

1 min
152


ଲଗାତର ତିନି ଦିନ ତିନି ରାତି

ଶରୀର ଅସୁସ୍ଥ ହୁଏ,

ଆଗକୁ ଆସୁଛି ରଜପରବ ଯେ

ପାଳନେ ଅଧିର ଥାଏ,

ଉଲ୍ଲାସର ପର୍ବ ଇଏ

ସ୍ଵଳ୍ପ ଆଣ ନେଇ ପିଷ୍ଟକ ନିମିତ୍ତ

ଚାଉଳ ବିରି ଭିଜାଏ।


ପଥି ଔଷଧିରେ କ୍ଲେଶ କମେ କିଛି

ସୁମିଷ୍ଟ ପିଠା ତିଆରି,

ନଡିଆକୁ କୋରି କାଜୁ ପୁଣି ଚେରି

ଗୁଜୁରାତି ଦେଇ ଭରି।

ଆଣ କରିବାର ପାଇଁ

ସଠିକ ସମୟେ ଯନ୍ତ୍ରଟି ଖରାପ

ମୁଣ୍ଡରେ ହାତ ଦିଅଇ।


ଯୌଥ ପରିବାର ସାହାଯ୍ୟ ନିମିତ୍ତ

ଅନୁରୋଧ ଯେ ନିଷ୍ଫଳ,

ଶୂନ୍ୟହସ୍ତେ ବସି ମନସ୍ତାପ କଲି

ମଝିରଜ ଯେ ବେକାର,

ଏମିତି ଜାଣ ଦୁଃଖିତ 

ସୁବିଧା ହୋଇଲେ ଭଲରେ ଚଳିବା

ନ ଆଣ ମନେ ପ୍ରମାଦ।


ଭରିଗଲା ମନେ କେତେ ଯେ ସାହସ

ପୋଡ଼ପିଠା ଛାଡ଼ି ଆଶା,

ରୁଟି ଓ ପରଟା ସାଥିରେ ତରକାରୀ

ଖାଇ ଖୁସି ଯେ ସହସା,

ଆନମୁଖେ ଖୁସି ପାଇଁ

 ପହିଲି ରଜ ପାଳିଲେ ଅନାଥା-

ଶ୍ରମେ ଦେଇ ପିଠା ମିଠା।


ରଜ ସଂକ୍ରାନ୍ତିରେ ନବବସ୍ତ୍ର ସାଥେ

 ଆମ୍ବପଣସ କଦଳୀ,

ମାଆ ପୁଅଝିଅ ଥଳିରେ ପୁରାଇ

ସେସ୍ଥାନକୁ ଗଲେ ଚଳି,

ଲଗାଇଲେ ସେଠି ଦୋଳି 

ଜେଜେ ଓ ଜେଜେମା ଗହଣରେ ପିଲେ

ଖୁସିରେ କରିଲେ ଅଳି।


ପହିଲି ରଜ ,ରଜ ସଂକ୍ରାନ୍ତି ମଜା

ପାରିବେନି ପିଲା ଭୁଲି,

ତା'ଠାରୁ କି ସୁଖ ପାଇବେ ସେମାନେ

ଟିଭି ଦେଖି ଘରେ ଥାଇ,

 ଆନ ମୁଖେ ସୁଖ ଢାଳି

ଦେବା ଠାରୁ ପୂଣ୍ୟ, ଦେବାଠୁ ଆନନ୍ଦ

ମିଳେନା କେଉଁଠି କାହିଁ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational