STORYMIRROR

Lopa Jena

Fantasy

3  

Lopa Jena

Fantasy

ଫୁଲଟିଏ ମୁଁ ଫୁଲଟିଏ

ଫୁଲଟିଏ ମୁଁ ଫୁଲଟିଏ

1 min
12.9K


ଫୁଲଟିଏ ମୁଁ ତ ଫୁଲଟିଏ

ଖୁସିରେ ମୁଁ ଭାବ ବାଣ୍ଟୁଥାଏ।

କେବେ ମୋର ମନ ପାହାଡ଼ି ଝରଣା

କେବେ ନୀଳ କଇଁ ସାଜିଥାଏ।


କେବେ ଭାବନାରେ ହଜିଯାଏ,

କେବେ ଶ୍ରାବଣରେ ଭିଜିଥାଏ।

କେବେ ପୁଣି ମନ ପରୀଟିଏ ହୋଇ

ନୀଳ ଆକାଶରେ ଉଡୁଥାଏ।


ଟିକିଏ ସ୍ନେହରେ ହଜିଯାଏ,

ଛନ୍ଦ କପଟେ ମୁଁ ବନ୍ଧା ନୁହେଁ।

ନଈ ସୁରେ ଗାଏ କୁଳୁ କୁଳୁ ଗୀତ

ଦରଦୀ ପ୍ରାଣର ବନ୍ଧୁଟିଏ।


ଶାମୁକା ଗରଭ ମୋତିଟିଏ,

ଫଗୁଣର ମିଠା ଗୀତଟିଏ।

ମଳୟ ପବନେ ଝୁଲୁଥାଏ ମୁଁ ଯେ

ହୋଇ ଗୋଲାପର ଫୁଲଟିଏ


ନୀଳ ଆକାଶର ପରୀଟିଏ,

ମଧୁର ଗୀତର ସୁରଟିଏ।

ତାରାଙ୍କ ଗହଣେ ଜହ୍ନଟିଏ ହୋଇ

ଜୋଛନାରେ ଧରା ଭରିଦିଏ।


ଜାୟା ,ଜନନୀ ଓ ମିତ ହୁଏ,

ଭଗିନୀ ରୂପରେ ସ୍ନେହ ଦିଏ।

ସମ୍ମାନରେ ମୋତେ ବଞ୍ଚିବାକୁ ଦିଅ

ଫୁଲଟିଏ ରହି ହସୁଥାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy