STORYMIRROR

Lopa Jena

Others

2  

Lopa Jena

Others

ଉଡ଼ନ୍ତା ସପନ

ଉଡ଼ନ୍ତା ସପନ

1 min
324


ରାତି ରାତି ଉଜାଗରେ

ପୁଳାଏ ସ୍ୱପ୍ନ ଭିତରେ

ଯାହାକୁ ମୁଁ ଖୋଜି ପାଇଥିଲି ।


ମଣି ମୁକ୍ତା କରିଥିଲି

ଯତନେ ସାଇତି ଥିଲି

କାଳେ ପୁଣି ହଜିଯିବ ବୋଲି ।


ସପନେ ବିଭୋର ଥିଲି

ଖୁସି ଗୀତ ଗାଉଥିଲି

ଭାବନାରେ ହଜୁଥିଲି ନିଜେ ।


କିଏ ସତେ କାଟିଦେଲା

ମନ ଡେଣା ଛିଣ୍ଡିଗଲା

ନ ପାରୁଛି ଉଡ଼ି ଆଉ ମୁଁ ଯେ !


ମନ ପକ୍ଷୀ ଉଡୁଥିଲା

ଗୀତ ଗାଇ ନାଚୁଥିଲା

ଭିଜୁଥିଲା ଶିଶିରରେ କେତେ ।


କିଏ ପୁଣି ଆସିଗଲା

ହୃଦୟ ମୋ' ଭାଙ୍ଗିଦେଲା

ଜଳିଗଲା ସପନ ମୋ'ଯେତେ ।


ଭାଙ୍ଗିଗଲା ମୋ'ମନର

ଆଶା ସ୍ୱପ୍ନ ଅସୁମାର

ସପନ ମୋ'ହଜିଗଲା କେଣେ ।


କୁଳୁ କୁଳୁ ନିନାଦିନୀ

ଚିରସ୍ରୋତା ଆଲ୍ହାଦିନୀ

ନୀରବ ନିସ୍ତବ୍ଧ ତା'ର ତାନେ ।


Rate this content
Log in