STORYMIRROR

Lopa Jena

Others

2  

Lopa Jena

Others

ସ୍ମୃତି ମୋର ରହିଥିବ

ସ୍ମୃତି ମୋର ରହିଥିବ

1 min
406


ଝରି ବରଷାରେ
ଶୀତ ସକାଳରେ
ଅବା, ନିଦାଘ ଖରାରେ ।

ମନର ଦରଜା
ଖୋଲି,ପଶିଆସ
ତୁମେ,ଆଖି ପଲକରେ ।

ବିନ୍ଦୁ ବିନ୍ଦୁ ମେଘେ
ଭିଜି ଯାଏ ଦେହ
ମନ ଭିଜେ ତୁମ ପ୍ରେମେ ।

ଫଗୁଣ ଫୁଲରେ
ରଙ୍ଗ ଅବିରରେ
ଭିଜି ଭିଜି ମନ ଝୁମେ ।

ଆଖି ବୁଜିଦେଇ
ଦେଖୁଛି ତୁମକୁ
ଆଖି ଖୋଲିଲେ ବି ତୁମେ ।

ଏଇ ତୁମେ ଅଛ
ଏଇ ତୁମେ ନାହଁ
ସମୟ ଦୋଳିରେ ଝୁମେ ।

କେବେ ସେ ଝୁଲାଏ
ଫୁଲର ଦୋଳିରେ
କେବେ ଚଲାଏ ନିଆଁରେ ।

କେବେ ଝରାଏ ସେ
ଓଠୁଁ ହସଫୁଲ
କେବେ ଭିଯାଏ ଲୁହରେ ।

ସମୟର ନଈ
ଯାଏ ବହି ବହି
ତା'ସୁଅରେ ଭାସୁଅଛି ।

ମନ ସିନ୍ଧୁକରେ
ସୁନା ଫରୁଆରେ
ସ୍ମୃତି ସ୍ୱପ୍ନ ସଯାଇଛି ।

ସମୟ ଗଡିବ
ନଈ ବି ବହିବ
ସୁଅ ଭାସି ଭାସି ଯିବ ।

ସେଇମିତି ସେଇ
ସୁନା ଫରୁଆରେ
ସ୍ମୃତି ମୋର ରହିଥିବ ।


Rate this content
Log in