Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lopa Jena

Romance

3  

Lopa Jena

Romance

ପ୍ରିୟା ଆଉ ତାର ପ୍ରୀତି

ପ୍ରିୟା ଆଉ ତାର ପ୍ରୀତି

1 min
199


ଆକାଶରେ ଥିବେ ଅଗଣିତ ତାରା

ଜହ୍ନ ଥିବ ଉଦାସିଆ ।

ରାତି ପରେ ରାତି ଜୋଛନାରେ ମାତି

ହୋଇଛି ମୁଁ ଅମାନିଆ ।

ଖୋଜିଲା ଖୋଲିଲା ଭାବ ନେଇ ସିଏ

ଖୋଜି ଚାଲିଥିବ କେତେ ।

ତୁମକୁ ଦେଖିଲେ ଅସୁମାରୀ ପ୍ରଶ୍ନ

ତା' ମନରେ ଥିବ ସତେ ।

ଖୋଲିଦେବ ଯେବେ ମନର ଝରକା

ଝରିବ ଶୀତ ଜୋଛନା ।

ସେ ଜୋଛନା ମୋତେ ମନେ ପକେଇବ

ହଜିଲା ଅତୀତ ସିନା ।

ଗଛ ଉହାଡରୁ ଲୁଚି ଲୁଚି ଆଉ

ଉଙ୍କିବନି ଜମା ଜହ୍ନ ।

ଦୋଷ ଆଉ ତୁମେ ଦେଇ ପାରିବନି

ନେଲା ତୁମ ପ୍ରିୟା ମନ ।

ସେ ଜୋଛନା ପୁଣି ମନେ ପକେଇବ

ଭିଜା ଭିଜା ସବୁ ସ୍ମୃତି ।

ତୁମେ ଖୋଲିଥିବ ସ୍ମୃତିର ସିନ୍ଦୁକ

ଜହ୍ନ ଥିବ ତୁମ ସାଥି ।

ଶୁନ୍ୟତା ଥିବ ଜହ୍ନ ବି ଥିବ

ଥିବ ଖାଲି ମୋର ସ୍ମୃତି ।

ସେତେବେଳେ ତୁମେ ମନେ ପକେଇବ

ପ୍ରିୟା ଆଉ ତା'ର ପ୍ରୀତି ।


Rate this content
Log in

Similar oriya poem from Romance