ଫୁଲବିଛା ପନ୍ଥା
ଫୁଲବିଛା ପନ୍ଥା
ନୀରବତା ଲାଗେ ମଧୁର ବାର୍ତ୍ତା
ବୁଝି ପାରିଲେ
ହେଜି ପାରିଲେ
ବଢେଇଥାଏ ନିବିଡ ଆତ୍ମୀୟତା |
ନୀରବ ଆଖିର ମୂକ ଶୂନ୍ୟତା
ପଢି ସାରିଲେ
ଗଢି ପାରିଲେ
ମୁକୁଳେଇଯାଏ ଅନନ୍ତ ବ୍ୟସ୍ତତା ।
ତାଳୁରୁ ତଳିପା ସମସ୍ୟାରେ ଖପା
ମାଡି ଚାଲିଲେ
ଚଢି ଦୈଡିଲେ
ଆଗାମୀ ଅଧ୍ୟାୟରେ ସୁନେଲି ଲଫାପା ।
ନିରୋଳା ସମୟ ବୁଣେ ଖୁସି ବଳୟ
ସୁ-ଚିନ୍ତାରେ ବୁଡି
କରୁଣାରେ ପଡି
ସେବା ତ୍ୟାଗ ବଳିଦାନେ ନିଶ୍ଚେ ବିଜୟ ।
ଆକାଶଠୁଁ ବିଶାଳ ରବିଠୁଁ ଉଜ୍ଜଳ
ବାପାଙ୍କ କଥନ
ବିଭୁଙ୍କ କିର୍ତ୍ତନ
ଅଶାନ୍ତ ଝଡରେ ବି ଫୁଲବିଛା ପନ୍ଥା ।।
