STORYMIRROR

Kumuda Sahu

Romance

4  

Kumuda Sahu

Romance

ପହିଲି ମାଘର ଶିତ ସକାଳ ତୁ

ପହିଲି ମାଘର ଶିତ ସକାଳ ତୁ

1 min
344

ହେ ପ୍ରିୟତମା,ପହିଲି ମାଘର

 ଶିତ ସକାଳ ତୁ,ଶ୍ରାବଣର ବର୍ଷାଛିଟା

ଆସିବୁ ବୋଲି କଥା ଦେଇ ତ ଆସିଲୁନି

କୋଉ ଅଫେରନ୍ତା ରାଇଜେ ରହି

ତୋରି ରଂଗରେ ରଙ୍ଗାଇ...

ବୟସର ସେଇ ଶିଉଳି ପଥରେ

ପାଦ ଯାଏ ମୋ ଖସି

ଚଗଲା ମନଟା କେତେ କଥା ଭାବି

ଦୁଷ୍ଟାମି କରଇ ବସି

ସେଥିରୁ ଆନନ୍ଦ ମିଳଇ 

ଆଉ ପାଏ ଦୁଃଖ କିଛି

ଜାଣି ଜାଣି ପାଦ ଖସାଇ ମୁଁ ଦିଏ

ପହିଲି ମାଘର ଶୀତୁଆ ସକାଳ 

ଭରିଛି ଯେ ଘନ କୁହୁଡି 

ଅସ୍ପଷ୍ଟ ମୋ ମନ ଆକାଶଟା

ବାଟ ଯାଉଅଛି ହୁଡି

କିଏ ଢାଳିଦେଲା ମନ ଅଗଣାରେ

ମନ ନାଚି ଯାଏ ତାହାରି ଛନ୍ଦରେ 

ରଙ୍ଗାଇ ହୃଦ-ଅନ୍ତର 

ହେଲେ ତୋରି ଆସିବାର ବାଟକୁ

ଚାହିଂ ଚାହିଂ ମୋ ........।।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance