ଅଭୁଲା ସେ ବଣର ବଣି
ଅଭୁଲା ସେ ବଣର ବଣି
କୁହ କୁହ,କେତେଦିନ
ରହିଥାନ୍ତି ତୁମଠୁ ଦୂରେଇ
ଏବେ ତମକୁ ଆସିବାକୁ ହେବ
ଅବୋଧ ସନ୍ତାନମାନଙ୍କ ପାଖକୁ
ସେମାନେ ବି ଖୋଜନ୍ତି ଆଜି
ତୁମର ଅସ୍ତିତ୍ବ !
କ୍ଷମାକର ତାଙ୍କର ଧୃଷ୍ଟତା
କାଟିଛନ୍ତି, ଆମ ବଗିଚାର ଅନେକ ଗଛ !
ତିଆରୁଛନ୍ତି ନିଜପାଇଁ କିଛି
କ୍ଷଣସ୍ଥାୟୀ ବାସଗୃହ
କ୍ଷମା ଦିଅ ତାଙ୍କୁ
ଝରି ପଡ଼ ତାଙ୍କପରେ
ଆଶିଷ ହୋଇ ।
