ଜୀବନର ପରିଭାଷା
ଜୀବନର ପରିଭାଷା
ଜୀବନ...ବଞ୍ଚିବାର ନାମଟିଏ
ଜୀବନ...ଦୁଃଖ ପରେ ସୁଖର ଦୀପଟିଏ
ଆଉ ଯନ୍ତ୍ରଣାର ପରିଭାଷାଟିଏ
ଜୀବନ...ବଞ୍ଚିବାର ସୂତ୍ରଟିଏ
ଅସାଧାରଣ ପ୍ରଶ୍ନର ଉତ୍ତରଟିଏ
ସମସ୍ତଙ୍କ ପାଇଁ ଉଦାହରଣଟିଏ
ବାସ୍ତବ ମଣିଷର ଅବାସ୍ତବ କଳ୍ପନାଟିଏ
ଜୀବନ,ସତରେ
ମରଣ ପୂର୍ବରୁ ବଞ୍ଚିବାର ଆଶାଟିଏ ।
