STORYMIRROR

Kumuda Sahu

Inspirational Others

3  

Kumuda Sahu

Inspirational Others

ଭିନ୍ନ ଏକ ଅଭିମନ୍ୟୂ

ଭିନ୍ନ ଏକ ଅଭିମନ୍ୟୂ

1 min
185


ନା ଜାଣିଚି ସେ 

ମତୃଗର୍ଭରୁ ରଣ କୌଶଳ

ନା କୃଷ୍ଣ ଙ୍କ ପରି ଗୁରୁ ପାଇଛି

କେବଳ ଏ ଲାଞ୍ଛିତ ବାଞ୍ଛିତ ସମାଜରୁ

ପାଇଛି ସେ ଜିଁବାର କିଛି କୌଶଳ

କିନ୍ତୁ ମୁଁହ ରେ ଅଦମ୍ୟ ସାହସ

ପ୍ରତିପକ୍ଷଙ୍କୁ ପ୍ରତିହତ କରିବାର ପଣ

 ଆଉ ସପ୍ତ ମହରଥିର ଚକ୍ରବ୍ୟୁହ କୁ

ଖଣ୍ଡବିଖଣ୍ଡିତ କରିବାର ଚାତୁରୀ

ପ୍ରବେଶ କରିବା କୌଶଳ ସହ

ଚକ୍ରବ୍ୟୁହ ରୁ ପ୍ରତ୍ୟାବର୍ତ୍ତନ ର ବାଟ

ହଁ ହଁ ଲକ୍ଷ୍ୟ ଭେଦିବ ଏଥର

ସାମ୍ନାରେ ଯିଏ ବି ଆସିବ

ନିସଙ୍କୋଚେ ପଠାଇବ ସେ ଜମପୁର

ସେ ଆଉ କେହି ନୁହ

ଭିନ୍ନ ଏକ ଅଭିମନ୍ୟୁ ଏ ସମାଜ ର 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational