Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

ପହିଲି ଆଷାଢ଼ ଆଦ୍ୟ ପୟୋଧର

ପହିଲି ଆଷାଢ଼ ଆଦ୍ୟ ପୟୋଧର

1 min
185



ପହିଲି ଆଷାଢ଼  ଆଦ୍ୟ ପୟୋଧାରା

ପଟୁଆର ପତ୍ତି ସାଜେ ନିରନ୍ତର ।


ପଞ୍ଚବାଣେ କବଳିତେ ପଞ୍ଚଭୁତେ

ପଞ୍ଚପଲ୍ଲଵ ଅବା ତରୁ ଲତା ଯେତେ ।


ପୟ ଧାରା ତଵ ପ୍ରାଣ ଭରି ଦିଏ

ପରଶେ ମେଦିନୀ ପରାକ୍ରମ ପାଏ ।


ପଦ୍ମାକର ପୟସ୍ୱିନୀ ଓ ପୟୋଧି

ପଞ୍ଚପ୍ରାଣ ଲଭି ପ୍ରୟାଣେ ଜଳଧି ।


ପ୍ରସମିତ ହୁଏ ଗ୍ରୀଷ୍ମ ରୌଦ୍ର ତାପ

ପଲ୍ଲବିତ ତରୁ ପୁଲକେ ଅମାପ ।


ପଦ୍ମାଳୟା ଉପବିଷ୍ଟ ପଦ୍ମାସନେ

ପଞ୍ଚାମୃତ ଢାଳି ତଵ ଆବାହନେ ।


ପୟ ଧାରା ତୁମ ହୁଏ ପୟଃ ସମ

ପରାଧୀନ ଧରା କରେ ଅନ୍ୱେଷଣ ।


ପକୃତି ସଜନ ନାହିଁ ପଟାନ୍ତର

ପ୍ରାପ୍ୟ ଶୀର୍ଷ ତୁମେ ଭର ଯେ ଭଣ୍ଡାର ।

   



Rate this content
Log in

Similar oriya poem from Inspirational