Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ତାରାପ୍ରସାଦ ଜେନା

Romance

2  

ତାରାପ୍ରସାଦ ଜେନା

Romance

ଫିକା ପଡ଼ିଲା ମୋ ରଙ୍ଗ ଅଧର

ଫିକା ପଡ଼ିଲା ମୋ ରଙ୍ଗ ଅଧର

1 min
109


ହାଏରେ ହାଏ.....

ଫିକା ପଡ଼ିଲା ମୋ ରଙ୍ଗ ଅଧର

ମାନ ମାରିଦେଲୁ କେମିତି ପ୍ରିୟା ଲୋ

ପଛ କରିଲୁ ଗୋ ତିଳେ ଆଦର 

.......ଫିକା ପଡ଼ିଲା ମୋ ରଙ୍ଗ ଅଧର ! ୦ !


ପାଖ ମାଡ଼ିଗଲେ ଚଳୁ ଦୂରକୁ

ହସ ଲୁଚିଗଲା ଲୁହ ଘରକୁ

ପ୍ରେମ ଡାକକୁ ତ ହେଲୁ ଚାତର 

.......ଫିକା ପଡ଼ିଲା ମୋ ରଙ୍ଗ ଅଧର ! ୧ !


ରାତି ବଢ଼ିଗଲା ବଉଦ ଜହ୍ନ

ପ୍ରିୟା ମୋ ଛପିଲୁ ଓଢ଼ଣା ଚିହ୍ନ

ଗୀତ ଛିଡ଼ିଲାନି ସ୍ବର ଅଧୀର

.......ଫିକା ପଡ଼ିଲା ମୋ ରଙ୍ଗ ଅଧର ! ୨ !


ଫୁଲ ବାସଗଲା ହୋଇବ ବାସି

ଗେଲ ରହିଗଲା ନିଅଣ୍ଟ ଖୁସି

ବୋକ ଦେଇଦେ ଲୋ ଭାବି ନିଜର

.......ଫିକା ପଡ଼ିଲା ମୋ ରଙ୍ଗ ଅଧର ! ୩ !



Rate this content
Log in