STORYMIRROR

Santanu Bisoi

Comedy Drama Others

3  

Santanu Bisoi

Comedy Drama Others

ଫେସବୁକ ଚାଲେଞ୍ଜ

ଫେସବୁକ ଚାଲେଞ୍ଜ

1 min
188

କୁକୁର ସାଙ୍ଗରେ ମାଈ କୁତି ଯୋଡି

କି ସୁନ୍ଦର ଦିଶୁଥେଲା,

ଗଞ୍ଜା ସଙ୍ଗେ ପେଣ୍ଠି କୁକୁଡ଼ାର ଯୋଡି

ତା'ଠୁଁ ବଳେଇ ଗଲା।।


କିଆ ବୁଦା ମୂଳେ ଅଣ୍ଡିରା ବିଲୁଆ 

ହୁକେ ହୁଉ ରଡୁ ଥେଲା,

ଫେଏସବୁକରେ କପୁଲ ଚାଲେଞ୍ଜ

ଚାଲିଛି ବୁଝେଇ ଦେଲା।।


ଶୁକୁଟା ବାପୁଡା ନିଜ ସ୍ତ୍ରୀ ଭାବି

ଶାଳି ଫଟୋ ଛାଡି ଦେଲା

ସ୍ୱାମୀ ସାଥେ ନିଜ ଭଉଣୀକୁ ଦେଖି

ଭାର୍ଯ୍ୟା ଖଡୁରେ ମାଇଲା।।


ଗୋଠଖଣ୍ଡିଆ ସେ ରାଣ୍ଡୁଆ ଷଣ୍ଢଟା

ଘିରିଘିରି ବୁଲୁଥେଲା,

ଫେସବୁକରେ ନିଜ ଫଟୋ ଛାଡି

ସିଙ୍ଗିଲି ଚାଲେଞ୍ଜ କଲା।।


ପୋରୁହାଁ ଓ ବୁଢ଼ୀଗାଈ ଯେତେ ସବୁ

ହଙ୍ଗର ଷ୍ଟ୍ରାଇକି କଲେ,

ଷୋଳସଶ୍ର ସ୍ତରୀ ଥାଉ ଥାଉ ଷଣ୍ଢ

ସିଙ୍ଗିଲି କେମିତି ହେଲେ??


ଏ ପୋଡା କରମରେ କି ନେଖା ଥେଲା

ହାଂକୁଡୁ ପାଂକୁଡୁ ହେଲା,

ପିଲା ଠାରୁ ଭେଣ୍ଡା ବୁଢା ଓ ସଭିଙ୍କୁ

ଚାଲେଞ୍ଜ ବାଇଆ କଲା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy