STORYMIRROR

Kamal Kumar Dash

Tragedy

3  

Kamal Kumar Dash

Tragedy

ଫେରି ଆସ ଥରେ

ଫେରି ଆସ ଥରେ

1 min
258




କଥା ଥିଲା ପରା ସାଥି ଟିଏ ହୋଇ

ସାଥିରେ ରହିବ ବୋଲି

ଯନ୍ତ୍ରଣା ରେ ଭରା ଜୀବନ ବାଟରେ

ହସ ଭାରି ଦେବ ଖାଲି (1)

ମନ ର କୋହ କୁ ସ୍ନେହ ରେ ଧୋଇବ

ପ୍ରୀତିର ମଲମ ଦେଇ

ଆଖିର ଲୁହକୁ ପଣତେ ପୋଛିବ

ଅତି ଆପଣାର ହୋଇ (2)

ତଥାପି କାହିଁକି ଆଜି ଏତେ ଦୂରେ

ବୁଝି ମୁଁ ପାରେନା କିଛି ?

ଫେରି ଆସ ଥରେ ଭୁଲି ରାଗ ରୋଷ

ସବୁ ଆଗ ପରି ଅଛି (3)


Rate this content
Log in

Similar oriya poem from Tragedy