STORYMIRROR

Prasanta kumar Mohanty

Tragedy Others

3  

Prasanta kumar Mohanty

Tragedy Others

ଫେରାର ବସନ୍ତ

ଫେରାର ବସନ୍ତ

1 min
273


 ଏକ ଅନ୍ତହୀନ ପ୍ରତୀକ୍ଷା ର ଶେଷ ଠିକ ଏମିତି ଥିଲା ଋତୁ ବଦଳିବା ପୂର୍ବରୁ ତୁମେ ବଦଳିଗଲଆଉ ତା ପରେ.......... ସେଦିନୁ ନିଜକୁ ଖୋଜିଚାଲିଛି ଉପେକ୍ଷିତ ଅତୀତ ଜୀବନ ର ଦୋଛକି ରେ ଠିକଣା ହଜେଇ ସେବେଠୁ ଫେରାର ଋତୁରାଜ ବସନ୍ତ....

ସ୍ବପ୍ନମାନେ ମରୀଚିକା ପାଲଟିଯିବା ପରେ ବଇରୀ ସାଜନ୍ତି ନିଦ ଆଉ ରାତି ଗାଢ଼ ଦିଶୁଥିବା ସେଇ ହସକୁରି ଜହ୍ନଟା ଝରକା ପାଖରୁ ଅଦୃଶ୍ୟ ହେଇଯାଏ ଯେମିତି...

ଅପ୍ରତ୍ୟାଶିତ ଭାବେ ମାଡିଆସିଛି ବସନ୍ତରେ ନିଦାଘ ଝଡିସାରିଛି ଆମ୍ବ ଗଛର ଶେଷତମ ପତ୍ର କଅଁଳିବାକୁ ଜୁ ଯୋଗାଡ କରିପାରିନି ସେ ନା ଅଛି ବଉଳର ଗନ୍ଧ, ନା ଅଛି କୋଇଲି ର ରାଗ ଖାଲି ଅଛି ନୀରବତା ଆଉ ତମାମ ନୀରବତା ଆଉ ଏଇ ନୀରବତା ର ଶୂନ୍ୟତା ଭିତରେ ମଉଳା ଫୁଲଟି ଠିକଣା ଖୋଜୁଛି ନିଖୋଜ ପ୍ରଜାପତି ର ବ୍ୟାକୁଳ ହୋଇଉଠୁଛି ପାଇବାକୁ ଅନୁଭୂତି ତା ପହିଲି ସ୍ପର୍ଶ ର.....

ଫଗୁଣ ର ଫଗୁ ଫିକା ପଡିଯିବା ପରେ ଜୀବନଟା ପାଲଟିଯାଏ ପରିତ୍ୟକ୍ତ କାନଭାସ କୁଆଁରୀ ଜହ୍ନ ଓ ଚଗଲା ମନ ହୋଇଯାନ୍ତି ଆଜୀବନ ଉଦାସ ନା ସରେ ବାଟ ନା ମିଳେ ଲକ୍ଷ୍ୟପଥ କେବଳ ଛୁରାଘାତ କରେ ଅଭୁଲା ଅତୀତ ନିରୁଦ୍ଧିଷ୍ଟ ହୁଏ ଭବିଷ୍ୟତ ହୃଦୟ ବି ହୁଏ କ୍ଷତାକ୍ତ ଆଉ ତା ପରେ................ସେବେଠୁ ଏଯାଏ ଫେରାର ବସନ୍ତ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy