STORYMIRROR

Prasanta kumar Mohanty

Others

3  

Prasanta kumar Mohanty

Others

ମୁଁ ଓଡ଼ିଆ

ମୁଁ ଓଡ଼ିଆ

1 min
231


ବାରମାସରେ ତେରପରବ 

ଶାଗପଖାଳ ଆମ ଗରବ 

ମାଣବସା ରଜଦୋଳି ଆଉ ଖୁଦୁରୁକୁଣୀ 

ବଉଳ ଖାଇ ମିତ ବସନ୍ତି ଆମ ଭୁଆଷୁଣୀ 

ମାଟିଘରେ ଝୋଟିଚିତା 

ଭାରି ମିଠା ଆମ କଥା 

ଜେଜେଙ୍କର ବଙ୍କା ବାଡ଼ି ଆଈମାଆର ଗପପେଡି 

ବେଳବୁଡ଼େ ଧୂଳିଉଡେ ଶୁଣୁଯେବେ ହଁମା ରଡି 

ଲୁଚାଲୁଚି ପୁଣି ପୁଚି ସାଥେ ବୋହୂଚୋରି 

ଖରାବେଳେ ମାଛ ମାରୁ ବନିଶୀଟେ ଧରି 

ଦୋଳ ଯାନିଯାତରାରେ କ୍ଷୀରିପୁରି ଭାସେ 

ବୋଉ ହାତ ଆରିସାଟା ମହମହ ବାସେ 

ଢ଼ିଙ୍କିକୁଟା ଚାଉଳକୁ ମାଣ୍ଡିଆର ଯାଉ 

ବଡ଼ିଚୁରା ପଖାଳରେ ଭାରି ଶାନ୍ତି ପାଉ

ଚକାଚକା ଭଉଁରୀ ଗୀତର ତାଳେ ତାଳେ 

ଗାଁ ଦାଣ୍ଡେ ଟାୟାରଟା ଭୁଁ ଭୁଁ ଚାଲେ 

ଖଞ୍ଜଣୀର ବାଜା ଶୁଭେ ଭାଗବତଟୁଙ୍ଗି ଘରେ 

ଭାଇ ଭାଇ ସମ୍ପର୍କରେ ଆମ ଦିନ ସରେ 

ରେବତୀ ଯେ ଆମ ଗପ ଯେବେ ମନେ ପଡେ 

ଲୋ ନିଆଁ ଲୋ ଚୁଲି କିଏ ଭୁଲିପାରେ 

ବର୍ଣ୍ଣବୋଧ ବହି ଠାରୁ ଭାଗବତ ଯାଏ 

ଓଡ଼ିଆଙ୍କ ତ୍ୟାଗ କଥା ପ୍ରତି ଶବ୍ଦ କହେ 

ଓଡିଶାର ବୀରପୁଅ ଛାତି ଦମ୍ଭେ ଗାଆ 

ଓଡ଼ିଆ ବଢିଆ ବୋଲି ଗର୍ବ କରୁ ତୋ ମାଟି ମାଆ.. 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍