ହେ ଇଶ୍ୱର ତୁମେ କେଉଁଠି
ହେ ଇଶ୍ୱର ତୁମେ କେଉଁଠି
ଯଦା ଯଦା ହିଁ ଧର୍ମସ୍ୟ ର ବାଣୀ ହେଉ ଅବା ହେଉ ସଂଭବାଃମି ଯୁଗେ ଯୁଗେର ସର୍ବବ୍ୟାପି, ସର୍ବବିଦ୍ୟମାନ ର ଡିଣ୍ଡିମ ପିଟୁଛ ଅଜସ୍ର ଆସ୍ତିକ ମୁଁ ପଚାରୁଛି ପ୍ରଶ୍ନଟିଏ ମୋ ସନ୍ଦେହର ଉପଯୁକ୍ତ ପକ୍ଷ ରଖ ହେ ବୟସ୍କ, ଅବସରପ୍ରାପ୍ତ ଇଶ୍ୱର ପ୍ରଶ୍ନ ମୋର ତୁମ ସତ୍ତା ଆଉ ତୁମ ପଦମର୍ଯ୍ୟାଦାର... ।
ଦେଖିଛ କି ଥରେ ଅଳିଆଗଦା ର ଭାତ ଡାଲି ଲଗା ଅଇଁଠା ପତର ଫୁଙ୍ଗୁଳା କଙ୍କାଳ ମାନେ ବି ହସି ହସି ଗୋଟେଇ ଖାନ୍ତି ସେଇ ଅଇଁଠା ଆହାର ପ୍ରଶ୍ନ ମୋର ସେଇ ହସ ଦେଖି ଫାଟିଯାଏନି କି ଛାତି ତୁମର ନା ନା ତମର କଣ ଯାଏ ଷାଠିଏ ପଉଟି ସାଥେ ତମର ତ ଅଛି ଆନନ୍ଦ ବଜାରତୁମେ କି ବୁଝିବ ସେଇ ଭୋକିଲା ର ଦୁଃଖ ପେଟ ଚାଖଣ୍ଡର.... ।
ରତ୍ନସିଂହାସନ ଛାଡି କେବେ ଥରେ ବୁଲିଦେଖ ତୁମ ସୃଷ୍ଟି ର ସଂସାର ରାସ୍ତା କଡେ କନ୍ୟା ଭୃଣ କାନ୍ଦେ ବଞ୍ଚିବାକୁ କରି ଆକୁଳ ଚିତ୍କାର ଜବାବ ଦିଅ ଇଶ୍ୱର ମୋ ପ୍ରଶ୍ନ ର ଝିଅ ବୋଲି କଣ ଫିଙ୍ଗାଯିବ, ମରାଯିବ ତା କୋମଳ ଶରୀର ଏତେ ଶସ୍ତା ତା ଜୀବନ ଏଇ କଣ ବିଚାର ତୁମର??........ ।
ବୁଲିଯାଅ ବୃଦ୍ଧାଶ୍ରମ ନେତ୍ର ଖୋଲି ଦେଖିଯାଅ ଥରେ ପାଞ୍ଚ ପୁଅ ଜନ୍ମ ଦେଇ ବୁଢ଼ୀମା ଟି କାନ୍ଦି କାନ୍ଦି ମରେ ଅନ୍ତ ଚିରି ଅମୃତ ରେ ପାଳିଥିଲା ଯିଏ ବରଗଛ ପରି ଛାଇ ଦେଇଥିଲା ଯିଏ ବଡବାବୁ ହେଲା ପରେ ପୁଅ ଜବାବ ଦଉଚି ତୁମେ ବୁଢ଼ା ବୁଢ଼ୀ ଦୁହେଁ ଅଟ ମୋର କିଏ? ପ୍ରଶ୍ନ ମୋର ହେ ଇଶ୍ୱର ଇଏ କି ତରିକା ଭଲା ପିତୃମାତୃ ଋଣ ଶୁଝିବାର?
ଗରିବର ପଖାଳରେ ଏଠି ଲୁଣ ନିଅଣ୍ଟିଆ ନବବଧୂ ଦେହେ ଲାଗେ ଯୌତୁକ ର ନିଆଁ ପୁତ୍ର ଶବ ପିତା କାନ୍ଧେ ନିର୍ଦୋଷ କୁ ଧର୍ମ ବାନ୍ଧେ ସ୍ପଷ୍ଟ ଦିବାଲୋକେ ହୁଏ ପାଞ୍ଚ ବର୍ଷ ଝିଅ ବଳାତ୍କାର ହେ ଇଶ୍ୱର ତୁମକୁ ଶେଷ ପ୍ରଶ୍ନ ମୋର ତୁମ ସତ୍ତା ଆଉ ଧର୍ମ ସଂସ୍ଥାପନାରସତରେ କଣ ଖମ୍ବ ଚିରି ନେଇଥିଲ ନରସିଂହ ଅବତାର?
ନା ତୁମେ ବୟସ୍କ ନା ଗ୍ରହଣ କରିଛ ସ୍ୱେଚ୍ଛାକୃତ ଅବସରସବୁଜାଣି ସବୁଦେଖି ତୁମେ ନିରୁତ୍ତର ଲିଭେଇଦିଅ ସେଇ ଯୌତୁକ ର ନିଆଁ କୁ ପଙ୍ଗୁ କରିଦିଅ ବଳାତ୍କାରୀ ର ସବୁ ଅଙ୍ଗକୁ ପିତା ଶବ କାନ୍ଧେଇବାକୁ ଯୋଗ୍ୟ କର ପ୍ରତି ପୁତ୍ରକୁ ଛିଣ୍ଡେଇ ଦିଅ ସେଇ ପିଶାଚ ପିଶାଚୀ ଙ୍କର ହାତକୁ ଯିଏ ଚେଷ୍ଟା କରନ୍ତି କନ୍ୟାଭୃଣ ହତ୍ୟା କରିବାକୁ ସଦବୁଦ୍ଧି ଦିଅ ସେଇ କୃତଘ୍ନ ସନ୍ତାନ ମାନଙ୍କୁ ଯିଏ ହତାଦର କରେ ନିଜ ଜନ୍ମଦାତା ପିତାମାତାଙ୍କୁ ଖୁସିର ହସ ଦିଅ ସେଇ କ୍ଷୁଧାର୍ତ୍ତ ମାନଙ୍କୁ ମର୍ଯ୍ୟାଦା ବଜାଇ ରଖ ତୁମ ପଦବୀ ଆଉ ସତ୍ତାକୁ ପ୍ରେରଣ କର ବିନାଶୟ ଚ ଦୁଃସ୍କୃତାମର ଚିଠି ଲୁହ
ଭରା ଆଖି କୋହ ଭରା ଛାତିରେ କେହି ଯେମିତି କେବେ
ନ ଡାକୁ ହେ ଇଶ୍ୱର ତୁମେ କେଉଁଠି?
