STORYMIRROR

Prasanta kumar Mohanty

Tragedy Inspirational

3  

Prasanta kumar Mohanty

Tragedy Inspirational

ମୁଁ ଶ୍ରମିକ

ମୁଁ ଶ୍ରମିକ

1 min
222


ମୁଁ କିଏ ? ଉତ୍ତର ପାଇବା ପୂର୍ବରୁ ସମାଜର ଦର୍ପଣରେ ସ୍ପଷ୍ଟ ମୋ ପରିଚୟ ଶରୀର ସିନା ଏକ ହେଲେ ଉପାଧି ଅନେକ ଏ ବାବୁଙ୍କ ପାଇଁ ମଜୁରିଆ ତ ସେ ବାବୁଙ୍କ ପାଇଁ ମୁଁ ଶ୍ରମିକ ।


ମୋ ଦେହର ପ୍ରତିଟି ତତଲା ଟୋପା ରେ ରଙ୍ଗୀନ ହୁଏ କେତେ ନଭଶ୍ଚୁମ୍ବୀ ନଅର ହେଲେ ମୁଁ ମୋ ମାଟି ଚଟାଣ ରୁ ନିତି, ଦେଖେ ଚାଳବାଟେ ପ୍ରତିଛବି ସେଇ ଜହ୍ନର 

ଆଖି ଖୋଲି ଦେଖିଯାଏ କେତେ ସବୁ ସ୍ବପ୍ନ ସ୍ୱପ୍ନେ ଡେଣା ଖଞ୍ଜିବାକୁ ପକେଟ ମୋ ଶୂନ୍ୟ।


ଘରଣୀ ର ପଣତରେ ଯେବେ ଝାଳ ପୋଛେ ସାତ ସିଆଁ ପିନ୍ଧି ସିଏ ହସିଦିଏ ମିଛେ ,

ପୁଅ ଯଦି ଜିଦି ଧରେ ଖେଳନା ଟେ ପାଇଁ କେମିତି କହିବି ତାକୁ ଶହେ ଟଙ୍କା ଅଛି ଖାଲି ଡାଲି ଲୁଣ ପାଇଁ ,

ସୁଉଟୁ ବୁଉଟୁ ପିନ୍ଧି କିଏ ପାଠ ପଢି ଯାଏ ଝିଅ ମୋର ଅପଲକେ ତାକୁ ଚାହିଁଥାଏ ।


ବିଶ୍ଵକର୍ମା ଆଖ୍ୟା ସିନା ଶୁଷ୍କଏ ମିଳିଥାଏ ଭୋକେ ପେଟ ନିତି ଜଳେ ବୁଝିବ ବା କିଏ ,

ଶୀତ ଖରା ସହି ପିଠି ମୋର ସିଝୁଥାଏ ଶ୍ରମିକ ମୁଁ କର୍ମେ ଜୟ ବୋଲି ବୁଝିନିଏ ।


        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy