ପଦଟିଏ ତୋ ନାଁରେ ପ୍ରିୟା ୩୧
ପଦଟିଏ ତୋ ନାଁରେ ପ୍ରିୟା ୩୧
ମୁଁ ଯେ ଆଖିର ଝରକା ଦେଇ
ଯେତେ ତୁମ ଆଡେ ନିରେଖଇ
ତୁମେ ପ୍ରେମ ତରଙ୍ଗ ଖେଳାଇ
ସେତେ ମୋଠାରୁ ଯାଅ ଦୂରେଇ ।
ଆଖି ବନ୍ଦ କରି ଦେଇ ଯେବେ
ମୁହିଁ ହୃଦେ ତୁମ କଥା ଭାବେ
ସତେ କେମିତି ପୁଣି କେଜାଣି
ତୁମେ ଆସ ପାଖେଇ ପାଖେଇ ।
ମୋର ଆଖିରେ ତୁମରି ପାଇଁ
କେତେ ସପନ ଅଛି ଲୁଚାଇ
ମନେ ମନେ ଡରୁଥାଏ ପୁଣି
କାଳେ ନେବକି କିଏ ଚୋରାଇ ।
ଏଇ ଆଖିରେ ତୁମରି ଛବି
ଯିଏ କରିଥିଲା ମୋତେ କବି
ଏଇ ଆଖିରେ ତୁମରି ସ୍ମୃତି
ନିତି ପ୍ରତି ରଖେ ମୁଁ ସଜାଇ ।

