STORYMIRROR

DILIP KUMAR SAHOO

Inspirational

3  

DILIP KUMAR SAHOO

Inspirational

ପାଠାଗାର ଆମ ପାଠାଗାର

ପାଠାଗାର ଆମ ପାଠାଗାର

1 min
11.6K


  ଆମ ବିଦ୍ୟାଳୟ ପାଠାଗାର

  ସେତ ସାରସ୍ୱତ ପାରାବାର

  ଭାଷା ସାହିତ୍ୟର ପ୍ରୟୋଗଶାଳା ସେ

  ଜ୍ଞାନ ବିଜ୍ଞାନ ର ଗନ୍ତାଘର


  କାହାଣୀ କବିତା ଉପନ୍ୟାସ

  ଜୀବନୀ ପୁରାଣ ଇତିହାସ

 କେତେ ବଡବଡ କବି ଲେଖକଙ୍କ

  ପୁସ୍ତକର ଏଠି ସମାବେଶ


  ପ୍ରତି ସପ୍ତାହରେ ନୂଆ ବହି

  ପାଠାଗାର ରୁ ମୁଁ ଯାଏ ନେଇ

   ପାଠରୁ ମିଳିଲେ ଫୁରୁସତ ମୋତେ

  ପଢେ ସେ ବହିକୁ ମନଦେଇ


   ପତ୍ରିକା ର ଏଠି ହାଟ ବସେ

  ଖବରକାଗଜ କେତେ ଆସେ

  ଦେଶ ଦୁନିଆର ନୂଆନୂଆ କଥା

  ପହଞ୍ଚି ଯାଏରେ ଆମ ପାସେ


  ପାଠାଗାର ଆମ ପାଠାଗାର

  ପ୍ରେରଣା ଯୋଗାଏ ପଢିବାର

  ମନଛୁଆଁ ବହି ମନନିଏ ମୋହି

  ଆଲୋକିତ କରେ ମନ ମୋର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational