STORYMIRROR

DILIP KUMAR SAHOO

Tragedy

4  

DILIP KUMAR SAHOO

Tragedy

ପାରିବାରିକ କଳହ

ପାରିବାରିକ କଳହ

1 min
507

 ଘରକୁ ଆଗଣା କହୁଛି

 ଯୁଗ ତ ବଦଳି ଯାଉଛି

 ମମତାର ଖିଅ ହୁଗୁଳା ହୋଇରେ

 ଫୁଲରୁ ରକତ ବହୁଛି ....

 ଏମିତି ଅଛି ତ ଘର ପରିବାର

 ସବୁଦିନ ଯହିଁ କଳି

 ସ୍ନେହ ଶ୍ରଦ୍ଧା ସବୁ ସେହି ପରିବାରେ

 ନିଇତି ପଡଇ ବଳି 

 ପୁଅଙ୍କର ଯହିଁ କଥା ରହେନାହିଁ

 ବୋହୁଙ୍କ ରାଜୁତି ଚାଲୁଛି 

ଫୁଲରୁ ରକତ ବହୁଛି ....

 ଶାଶୁ ଡରୁ ଅଛି ବୋହୁକୁ ସେ ଘରେ

 ଶଶୁର ଖାଉଛି ଢିଅ

 କିଛି ଜାଣି ନାହିଁ କିଛି ଦେଖିନାହିଁ

 କହୁଅଛି ଭଲା ପୁଅ

 ତା ଘରବାଲୀର ନାଲି ଆଖି ନିତି

 କଲବଲ ତାକୁ କରୁଛି

 ବୋହୁକୁ ବି ପୁଅ ଡରୁଛି....

 ଭଲ ପାଇ ପୁଅ ବାହା ହୋଇଥିଲା

 ପ୍ରେମରେ ପାଗଳ ହୋଇ

 ମଧୁରାତି ପରା ନପାହୁଣୁ ଏଣେ

 ରଙ୍ଗ ଗଲା ସବୁ ଧୋଇ

 ଦେଖେଇ ହେଉନି ଦେଖିବି ହେଉନି

 ଅଜାଗାରେ ଘାଆ ହେଉଛି

 ଯୁଗ ତ ବଦଳି ଯାଉଛି....

ସ୍ନେହ ଶରଧାରେ ଅଦିନିଆ ଭଟ୍ଟା

 ଦୁଃଖ ସାଧୁଅଛି ଦାଉ

 ଥାନା କଚେରୀର ଧମକ ନିଇତି

 ସଭିଙ୍କୁ ଡରାଏ ବୋହୁ

 ବୈକୁଣ୍ଠରେ ଏବେ ନରକ ଯାତନା

 କାହାଣୀ କହୁଣୀ ମାରୁଛି

 ବୋହୁକୁ ବି ପୁଅ ଡରୁଛି....

 ସବୁ ଘରେ ଅଛି ମନ ଫଟାଫଟି

 ସେ ଘରେ ଫାଟୁଛି ମୁଣ୍ଡ

 ଶାଶୁ ଶଶୁର ତ ହାଜତେ ପଶନ୍ତି

 ଖୋଲନ୍ତି ଯଦି ସେ ତୁଣ୍ଡ

 ସୁରକ୍ଷା ପାଇଁକି ଆଇନ ହୋଇଛି

 ସ୍ୱେଚ୍ଛାଚାର ପ୍ରାଣ ଖାଉଛି

 ଯୁଗ ତ ବଦଳି ଯାଉଛି....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy