STORYMIRROR

DILIP KUMAR SAHOO

Classics Children

2  

DILIP KUMAR SAHOO

Classics Children

ପାର୍ବଣ ବେଳା

ପାର୍ବଣ ବେଳା

1 min
160

ଶରତର ପରଶରେ

ଚଉଦିଗ ନୂଆ ଦିଶେ

ବନ୍ଧବାଡେ କାଶତଣ୍ଡୀ

ଧଳାଧଳା ରଙ୍ଗ ନେସେ ll

ଆକାଶର ଅଗଣାରେ

ଦଳଦଳ ମେଘ ଭାସେ

ସବୁଜିମାଭରା କ୍ଷେତ 

ମହମହ ହୋଇ ବାସେ ll

ନାଲିନାଲି କଇଁଫୁଲେ

ପୋଖରୀର ପାଣି ହସେ

ଭରା ନଈ ଭରା ନାଳ

ବରଷା ର ଗୀତ ଘୋଷେ ll

ଭୋଦୁଅରେ ଭାଲୁକୁଣୀ

ଦଶରା ଅଶିଣ ଶେଷେ

ପାର୍ବଣର ପଣତରେ

ହସଖୁସି ଅଙ୍କ କଷେ ।।

ଅତୀତ କୁ ଖୋଜିଖୋଜି

ଖଣ୍ଡାୟତ ଖଣ୍ଡା ଘସେ

ପିଠାପଣା ଉଛୁଳଇ

ଘରେ ଘରେ ସଜ ବସେ ।।

ଦୁର୍ଗାପୂଜା ସରିଗଲେ

ଗଜଲକ୍ଷ୍ମୀ ପୂଜା ଆସେ

କୁଆଁର ପୂହ୍ନେଇ ରାତି

ତୋଫା ଜହ୍ନ ରାତି ହସେ ।।

ଦୀପାବଳୀ କାଳୀପୂଜା

ପାର୍ବଣର ଋତୁ ଶେଷେ

କୁହୁଡି କାକର ସାଥେ 

ଥୁରୁଥୁରା ଶୀତ ମିଶେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics