ପାର୍ବଣ ବେଳା
ପାର୍ବଣ ବେଳା
ଶରତର ପରଶରେ
ଚଉଦିଗ ନୂଆ ଦିଶେ
ବନ୍ଧବାଡେ କାଶତଣ୍ଡୀ
ଧଳାଧଳା ରଙ୍ଗ ନେସେ ll
ଆକାଶର ଅଗଣାରେ
ଦଳଦଳ ମେଘ ଭାସେ
ସବୁଜିମାଭରା କ୍ଷେତ
ମହମହ ହୋଇ ବାସେ ll
ନାଲିନାଲି କଇଁଫୁଲେ
ପୋଖରୀର ପାଣି ହସେ
ଭରା ନଈ ଭରା ନାଳ
ବରଷା ର ଗୀତ ଘୋଷେ ll
ଭୋଦୁଅରେ ଭାଲୁକୁଣୀ
ଦଶରା ଅଶିଣ ଶେଷେ
ପାର୍ବଣର ପଣତରେ
ହସଖୁସି ଅଙ୍କ କଷେ ।।
ଅତୀତ କୁ ଖୋଜିଖୋଜି
ଖଣ୍ଡାୟତ ଖଣ୍ଡା ଘସେ
ପିଠାପଣା ଉଛୁଳଇ
ଘରେ ଘରେ ସଜ ବସେ ।।
ଦୁର୍ଗାପୂଜା ସରିଗଲେ
ଗଜଲକ୍ଷ୍ମୀ ପୂଜା ଆସେ
କୁଆଁର ପୂହ୍ନେଇ ରାତି
ତୋଫା ଜହ୍ନ ରାତି ହସେ ।।
ଦୀପାବଳୀ କାଳୀପୂଜା
ପାର୍ବଣର ଋତୁ ଶେଷେ
କୁହୁଡି କାକର ସାଥେ
ଥୁରୁଥୁରା ଶୀତ ମିଶେ ।।
