ପାନ୍ଥଶାଳାର ସ୍ମୃତି
ପାନ୍ଥଶାଳାର ସ୍ମୃତି
ପାନ୍ଥଶାଳା ରେ ତୁମ ସାଥେ ପ୍ରିୟେ
କାଟିଥିଲି ଦିନେ ରାତି
ସେଇ ରାତି ଆଜି ହୃଦୟରେ ମୋର
ରହିଗଲା ହୋଇ ସ୍ମୃତି ।
ସେ ପାନ୍ଥଶାଳା ର କାନ୍ଥ ଦେହରେ
ଆଙ୍କିଥିଲେ ଯେଉଁ ଛବି
ଆଖିରେ ପଡିଲେ ରାତି ପାହିଯାଏ
ତୁମକଥା ଭାବି ଭାବି ।
ସେ ପାନ୍ଥଶାଳାରେ ପାଇଥିଲି ଦିନେ
ତୁମରି ପହିଲି ଛୁଆଁ
ଶିରାରେ ଶିରାରେ ଖେଳିଯାଇଥିଲା
କାମ ବାସନାର ନିଆଁ ।
ତୁମେ ଗଲାପରେ ଲୁହର ସାଗରେ
ଭିଜୁଛି ଆଜି ମୋ'ଆଖି
କେତେସତ କେତେମିଛ ମୁଁ'କହୁଛି
ଏଇ ପାନ୍ଥଶାଳା ସାକ୍ଷୀ ।