STORYMIRROR

DILIP KUMAR SAHOO

Inspirational

3  

DILIP KUMAR SAHOO

Inspirational

ପାଣି ହୋଇଯାଏ ଲୁହ

ପାଣି ହୋଇଯାଏ ଲୁହ

1 min
11.8K

  ମଲ୍ଲି ଲୋ ମଲ୍ଲି

  ମନ ଦେଇଥିଲୁ କୋଉଠି କେଜାଣି

  ପାଣି ଗଲା ସବୁ ଚାଲି

   କେମିତି ଚଳିବୁ କେମିତି ରାନ୍ଧିବୁ

   ଟାଙ୍କି ହୋଇଗଲା ଖାଲି


   ପାଣି ର କଷଣ ପଡୁ ନାହିଁ ଜଣା

   ସହଜେ ମିଳୁଛି ବୋଲି

  ସହରକୁ ଆସି ଗାଁ ପାଣି କଷ୍ଟ

  ଦିଦିନେ ଗଲୁଣି ଭୁଲି

   

  ପାଣି ପାଇଁ କେତେ ଡହଳ ବିକଳ

  ପାଣି ହୋଇଯାଏ ଲୁହ

  କାହିଁ କେତେ ଦୂରୁ ପାଣି ବୋହିବୋହି 

  ବଳେଇ ପଡେଲୋ କୋହ


  ପାଣି ନାହିଁ ଆଜି ପାରିବୁ ତୁ ହେଜି

  ପାଣି ଟୋପାଏ ର ମୂଲ

  ପାଣି ନମିଳିଲେ କେମିତି ହୁଅନ୍ତି

  ଲୋକମାନେ କଲବଲ


   ବରଷାର ପାଣି ଶୁଅ ତ ଉଜାଣି

   ନଈରେ ମିଶଇ ଯାଇ

   ଅଙ୍କାବଙ୍କା ନଈ ଛାତିକୁ ଫୁଲେଇ

   ସାଗରକୁ ଯାଏ ବହି


  ବରଷା ଋତୁରେ ପାଣି ଉଛୁଳଇ

    ନଈ ନାଳ ଯାଏ ପୂରି

    ନଈ ଶେଯ ଲାଗେ ମରୁଭୂମି ପରି

    ମଉଷୁମୀ ଗଲେ ଫେରି


   ନଈ ଶୁଖିଗଲେ ନାଳ ଶୁଖିଯାଏ

    ଶୁଖଇ ପୋଖରୀ କୂଅ

    ପାଣି ଟୋପା ପାଇଁ ଆକାଶ କୁ ଚାହିଁ

   ଆଖିରୁ ଶୁଖେନି ଲୁହ

   

    ଏତେ କଥା ଶୁଣି ମଲ୍ଲି ତ କହିଲା

     ଆନମନା ହେବି ନାହିଁ 

     ପାଣି ନଷ୍ଟ କରି ଭୋଗିବିନି କଷ୍ଟ

     ଟାଙ୍କି ମୁହଁ ଖୋଲି ଦେଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational