Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

3  

Jagannath Das

Inspirational

ପାଣି ଚୁଡ଼ି

ପାଣି ଚୁଡ଼ି

1 min
127



ପାଣି ଚୁଡ଼ି କିଏ ନବ ଡାକେ ଶଙ୍ଖା ଵାଲା

ନୂଆ ବୋହୂ ଝରକା ଫାଙ୍କେ

ଅନେଇ ଦେଖିଲା

କିଣିବ ବୋଲି ପାଣିଚୁଡ଼ି ମନରେ

ଭାବିଲା

ଶଙ୍ଖାରୀ ଵାଲା କୁ ସଏ ଠାର ରେ ଡାକିଲା

କିଛି ପାଣିଚୁଡ଼ି ବାଛି,ଧରି ଯାଉଥିଲା

ସ୍ୱାମୀଙ୍କ ର ଦୁର୍ଘଟଣା ହଠାତ

ଜାଣିଲା

ମଦ ପିଇ ତାର ସ୍ଵାମୀ ଗାଡି ଚଳାଉ ଥିଲା

ହେଲମେଟ ନ ପିନ୍ଧିସେ ଦୃତେ

ଯାଉଥିଲା

ଏହା ଶୁଣି ପାଣିଚୁଡ଼ି ହାତରୁ ଖସିଲା

ଠକ ଠାକ ଭାଙ୍ଗି ହୋଇ ତଳେ

ପଡ଼ିଗଲା

ମନ ଖୁସି କରି ପାଣି ଚୁଡ଼ି ବାଛି ଥିଲା

ଅଯଥା ରେ ସେହିସବୁ ନଷ୍ଟ ହୋଇ ଗଲା

ଶୂନ୍ୟ ପିଞ୍ଜରା ସରି ତାର ମନ ଭାଙ୍ଗି ଗଲା

ସ୍ଵାମୀ କିନ୍ତୁ ହସ୍ପିଟାଲରୁ ଭଲରେ ଫେରିଲା

ଭାଙ୍ଗି ଗଲା ମନ ତାର କେଭେ ନ ଯୋଡ଼ିଲା

ସୁ ସୁନ୍ଦର ପାଣିଚୁଡ଼ି ମନରେ

ନାଚିଲା

କିଛି ଦିନ ପରେ ପାଣିଚୁଡ଼ି ଡାକ, ଯେ ଶୁଭିଲା

ସବୁଦିନ ଭଳି ସେଦିନ ସୁମନ ଫୁଟି ନ ଥିଲା.

ସେଦିନ ତା ଝିଲ୍ଲୀ ଝଙ୍କାର ନିରବ ରହିଥିଲା

ତରୁ ପଲ୍ଲଵ ଚାଳି ମାରୁତ ମୃଦୁ ବହୁଥିଲା

ମଦୁଆ ସ୍ୱାମୀ ର ଜୀବନ, ପାଣି ଚୁଡ଼ି ସହ ସମାନ

ମଦ ଛାଡିଦେଲେ,ପାଣିଚୁଡ଼ି ମୁହିଁ

ପିନ୍ଧିବି ସେଦିନ ।



Rate this content
Log in

Similar oriya poem from Inspirational