Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Inspirational

3  

Prasanna Kumar Madala

Inspirational

ପାକ୍ ଅଧିକୃତ ମାଟି

ପାକ୍ ଅଧିକୃତ ମାଟି

1 min
16



ଦେଶ ସାରା ଆଜି ହେଲେଣି ତ ରାଜି

ସମର୍ଥନେ ଖୋଲି ପାଟି

ଛଡାଇକି ଭାଇ    ଆଣିବ କି ନାହିଁ

ପାକ୍ ଅଧିକୃତ ମାଟି ?

ହେ ବୀର ସନ୍ତାନ  ଏ ଦେଶର ମାନ

ବଢାଇ ସାରିଛ ତୁମେ

ସେନା ଜୟଗାନ  କରି କୋଟି ପ୍ରାଣ

ଖୁସିରେ ଉଛୁଳି ଝୁମେ ।

ଜାଣିଛୁ ହେ ବୀର   ଝୁଙ୍କି ନାହିଁ ଶିର

ଚିରକାଳ ଏହି କଥା

ରହିବ ଅମର      ଜିତି ଏ ସମର

ଉଚ୍ଚେ ଟେକିଥାଅ ମଥା ।

ବୀର ପ୍ରସବିନୀ     ଆଶ୍ୱସ୍ତି ଲଭିନି

ହରାଇଛି ଯେତେ ପୁଅ

ତହୁଁ ଦଶଗୁଣ     ଶତ୍ରୁ ମାରି ପୁଣ

ଚରଣେ ତାହାର ଥୁଅ ।

ଧନ୍ୟ ତୁମ ଶକ୍ତି    ଦେଶ ଅନୁରକ୍ତି

ଦୁଃସାହସ ଭରା କର୍ମ

ଭାରତର ରତ୍ନ     ସୀମାନ୍ତର ଯତ୍ନ

ପରମ ପାବନ ଧର୍ମ ।

କୋଟି ଜନତାର    ରକ୍ଷୀ ଅବତାର

ତୁମେ ଅମୃତର ସୁତ

ଜାଗି ବର୍ଷମାସ   ରଣେ ଦେଇ ଝାସ 

ହୋଇନାହଁ ଲକ୍ଷ୍ୟଚ୍ୟୁତ ।

ଲୋକଙ୍କର ସୁଖେ   ଶତ୍ରୁର ସମ୍ମୁଖେ

ନିଜ ସୁଖ ଦିଅ ବଳି

ଗୁଣଗାନ କଲେ   ପାରିବୁ କି ଭଲେ

ତୁମ ମହାନତା କଳି ।

ଆତ୍ମୀୟ ବଦନ    ନଦେଖି ସଦନ

ତେଜି ସିନା ଥାଅ ଦୂରେ

ତୁମ ପାଇଁ ସର୍ବ    ହୃଦୟରେ ଗର୍ବ

ଏ' ମାଟିର ଗ୍ରାମପୁରେ ।

ରଖିଛୁ ଭରସା    ଆଗ୍ନେୟ ବରଷା

ଫୁଟାଇବ ଶତ୍ରୁ ଆଖି

ନିର୍ଭୟରେ ଯାଇ   ଜିତିବରେ ଭାଇ

ମାଟିମାଆ ଅଛି ସାକ୍ଷୀ ।

ତୁମ ଦେଶସେବା   ପ୍ରାଣବଳି ଦେବା

ଶୁଣି ଉଠେ ଶିହରଣ

ନ ଆସୁଣୁ ପାଶ   ଶତ୍ରୁ ଯିବେ ନାଶ

ବୃଥା ହେବ ନାହିଁ ପଣ ।





Rate this content
Log in

Similar oriya poem from Inspirational