STORYMIRROR

Dr Susmita Dash

Romance Others Abstract

3  

Dr Susmita Dash

Romance Others Abstract

ପାଇଥିଲି ନିଜକୁ

ପାଇଥିଲି ନିଜକୁ

1 min
13.9K


ଯାଅନା ବେଶି ଦୂରକୁ ,

ପାରିବିନି ଏକା ରହି,

ଦିନଟିଏ ଲାଗେ ବର୍ଷ ପରି

ମୂହୁର୍ତ୍ତଟିଏ ପାଇଁ ବି 

ପାରିବିନି ଏକା ରହି।

ପ୍ରତ୍ୟୁଷର ଘନକୁହୁଡି ବି 

ଶ୍ଵାସରୋଧ କରିପାରେ,

ମୁଁ ନୁହେଁ ରାଧା କି ଗୋପୀ

ରହିପାରିବିନି,ଅଭିମାନୀ ହୋଇ

ଆଉ କହିବନି, ପ୍ରେମରେ ଉପଲବ୍ଧି ହିଁ

ଲକ୍ଷ୍ୟ ନୁହେଁ....

କୃଷ୍ଣଙ୍କ ଗଲାପରେ,

ଗୋପପୁର ବି ଥିଲା....

ରାଧା ଓ ଗୋପୀମାନେ ବି ଖୋଜି ପାଇଲେ, ତାଙ୍କ ସତ୍ତା,

ତ୍ୟାଗ କରି ରୋଷ ଓ ଅଭିମାନ ।

ସେଇଥି ପାଇଁ ତ କହୁଛି

ଯାଅନା ଛାଡି ଦୂରକୁ

ଭୟ କାଳେ , ତୁମକୁ ଖୋଜୁ ଖୋଜୁ

ମୁଁ ପାଇଯିବି ନିଜକୁ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance