STORYMIRROR

Parameswar Ojha

Tragedy

3  

Parameswar Ojha

Tragedy

ପାଇବାର ମୋହ

ପାଇବାର ମୋହ

1 min
414


ଜାଣିଛି ତମେ ଆଉ କାହାର ଅମାନତ

ତମ ମଥା ସିନ୍ଦୂରେ ତାଙ୍କ ନାଁ

ତମ ଦେହରେ ତାଙ୍କ ଛୁଆଁ

ତମ ଭାବନାରେ ତାଙ୍କ ଶିହରଣ

ତମ ଆଖିରେ ତାଙ୍କ ସ୍ବପ୍ନ


ତମ ଭଲପାଇବା ର ଅଗଣାରେ

ତମ ପ୍ରେମ ବିନ୍ଦୁ ରୁ ପରିଧି ଯାଏଁ

କେବଳ ସେ ହିଁ ସେ

ଦୁଃଖରେ ସୁଖରେ 

ଭଲରେ ମନ୍ଦରେ ସେହି ସେ 

ତମ ସଜ ସଜ ମୁହଁ ରେ

 ଦେହର ପ୍ରତ୍ୟେକ ପାଖୁଡ଼ାରେ

କେବଳ ତାଙ୍କ ଅଧିକାର 


କିନ୍ତୁ ସେତେବେଳେ 

ତମ ସିନ୍ଦୂର ବି ମୋତେ ଝାପସା ଦିଶେ

ଏକବାର ଲୁଚିଯାଏ ବାଦଲ ରେ

ଯେତେବେଳେ ମୋ ପ୍ରେମର ପୃଥିବୀ ରେ

ମୁଁ ନିସ୍ବ ହୋଇ ତମକୁ ସର୍ବେ ସର୍ବା କରି ସାରିଥାଏ


ବୟସରେ ବଡ଼ କେଇ ପାହାଚ ତମେ 

ଭାଉଜ ସମ୍ବୋଧନ କରୁଛି ହେଲେ 

ସବୁବେଳେ ତମେ ପ୍ରେମିକା ପ୍ରେମିକା ଲାଗ

ତମର ଚାଲିବା ବସିବା ହସିବା ରୁଷିବା 

ଖାଇବା ପିଇବା ଶୋଇବା ଚାହିଁବା

ସବୁକିଛି ମୋତେ ଭଲଲାଗେ 

ପ୍ରତ୍ୟହ ସଂଜ ସକାଳେ

 ତମ ପ୍ରେମେ ଭିଜୁଥାଏ ଥରକୁ ଥର 

କୌଣସି ଘଟଣା ଦୁର୍ଘଟଣା ମୋତେ 

ବଦଳେଇ ପାରେନା ତମ ପ୍ରେମିକ ରୁ ଆଉକିଛି



ମୋ ଚାରିପାଖେ ସୁନ୍ଦରୀ ଫୁଲ ଙ୍କ ଭିଡ଼ 

ହେଲେ ମୁଁ ତୁମ ବାସ୍ନାରେ ପ୍ରତି ମୁହୂର୍ତ୍ତେ ବିଭୋର

ଅନେକ ଫୁଲଙ୍କ ଆଖିରେ ଦେଖେ 

ମୋତେ ଆପଣେଇ ନେବାର ମୋହ

ହେଲେ ମୋ ଆଖିରେ

ତମକୁ ପାଇବାର ଲୋଭ ଆଉ ଲାଳସା


ରାତିରେ ତୁମ ରୁମ ର ଲାଇଟ୍ ଲିଭିବା ପରେ 

ନିଜକୁ ସମର୍ପି ଦେଇଥାଅ ସ୍ବାମୀ ପାଖେ

ହେଲେ ମୁଁ ତୁମକୁ ମୋ ପାଖରେ ଅନୁଭବ କରି 

ନିଜକୁ ସାରୁଥାଏ ବାର ବାର


ଜାଣିଛି ତୁମେ ସବୁ ଜାଣିଛ 

ମୋ ଭାବନା କୁ ନପଢିପାର 

ହେଲେ ମୋ ଆଖିର ଲାଳସା ରୁ 

ତୁମେ ବେଶ୍ ବୁଝିଛ ମୋ ପ୍ରେମିକପଣ କୁ 

ମୁଁ ଜାଣେନି ତୁମ ମନକୁ ମୁଁ କେତେ ଆବୋରିଛି

ତୁମକୁ ଅନ୍ୟମନସ୍କ କରେକି ନା

ହେଲେ ମୁଁ ତୁମ ପ୍ରେମରେ 

ଏମିତି ପାଗଳ ଯେ 

ଭାବୁଥାଏ ,

 ହଠାତ୍ ତୁମ ସ୍ବାମୀ 

ଆଖି ବୁଜି ଦିଅନ୍ତେକି ସବୁ ଦିନପାଇଁ

ମୋ ହାତ ଆଗେଇ ଯାଆନ୍ତା 

ତୁମ ସିନ୍ଥିକୁ ଲାଲ୍ କରିଦେବା ପାଇଁ 


କହିପାର ଅଭଦ୍ର ଲମ୍ପଟ ପାଗଳ ବାତେରାଟେ

ଛତରା ବଜାରି ମାଡଖିଆ ଟେ

ହେଲେ ସତରେ 

ତୁମ ବିନା ମୁଁ ସତରେ ପାଗଳ ଏକଦମ୍ ପାଗଳ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy