STORYMIRROR

Pramodini Parichha

Tragedy

4  

Pramodini Parichha

Tragedy

ପାହାଡ଼ର ଦୁଃଖ

ପାହାଡ଼ର ଦୁଃଖ

1 min
248

ଆଗଭଳି ଆଉ

   ହସୁନି ପାହାଡ଼

     ଶ୍ୟାମଳ ଓଢ଼ଣୀ ପାରି

କିଏସେ ହରିଛି

    ସୈ।ନ୍ଦଯ୍ୟ ତାହାର

      ଜଳୁଛି ସେ ନିଆଁ ପରି ।


ବହୁନାହିଁ ଆଉ

    ସୁଶୀତଳ ଝର

      ଅଧର ଯାଉଛି ଶୁଖି

ବଇରୀ ସାଜିଛି

    ପବନଟା ସତେ

      ବଇଶାଖୀ ସାଥେ ମିଶି ।


ଉଜୁଡି ଯାଇଛି

     କୁସୁମ ବିହାର

       କ୍ରୋଧାଗ୍ନିର ଦାବାନଳେ

ପକ୍ଷୀ କଳରବ

     ଶୁଭିବକି ଆଉ

       ନିଷ୍ପ୍ରଭ ଦ୍ରୁମର ଡାଳେ।


ବେନିକର ଯୋଡି

    କରେ ନିବେଦନ

      ମୈ।ସୁମୀ ରାଣୀର ପାଶେ

ପ୍ଲାବିତ କରହେ

     ପ୍ରତିଟି ହୃଦୟ 

       ଜଳୁଛି ଯେ ନିଆଁ ଝାସେ।


ହସି ଉଠୁ ପୁଣି

    ମୋ ବକ୍ଷୋଜ ଦେଶ

       ନବ କିଶଳୟ କୋଳେ

ଉଲ୍ଲସିତ ହୋଇ

     ହସିବ ଧରଣୀ

       ଭିଜା ପଣତର ତଳେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy