ପାହାଡ଼ର ଦୁଃଖ
ପାହାଡ଼ର ଦୁଃଖ
ଆଗଭଳି ଆଉ
ହସୁନି ପାହାଡ଼
ଶ୍ୟାମଳ ଓଢ଼ଣୀ ପାରି
କିଏସେ ହରିଛି
ସୈ।ନ୍ଦଯ୍ୟ ତାହାର
ଜଳୁଛି ସେ ନିଆଁ ପରି ।
ବହୁନାହିଁ ଆଉ
ସୁଶୀତଳ ଝର
ଅଧର ଯାଉଛି ଶୁଖି
ବଇରୀ ସାଜିଛି
ପବନଟା ସତେ
ବଇଶାଖୀ ସାଥେ ମିଶି ।
ଉଜୁଡି ଯାଇଛି
କୁସୁମ ବିହାର
କ୍ରୋଧାଗ୍ନିର ଦାବାନଳେ
ପକ୍ଷୀ କଳରବ
ଶୁଭିବକି ଆଉ
ନିଷ୍ପ୍ରଭ ଦ୍ରୁମର ଡାଳେ।
ବେନିକର ଯୋଡି
କରେ ନିବେଦନ
ମୈ।ସୁମୀ ରାଣୀର ପାଶେ
ପ୍ଲାବିତ କରହେ
ପ୍ରତିଟି ହୃଦୟ
ଜଳୁଛି ଯେ ନିଆଁ ଝାସେ।
ହସି ଉଠୁ ପୁଣି
ମୋ ବକ୍ଷୋଜ ଦେଶ
ନବ କିଶଳୟ କୋଳେ
ଉଲ୍ଲସିତ ହୋଇ
ହସିବ ଧରଣୀ
ଭିଜା ପଣତର ତଳେ ।
