ପାହାଡ ଓ ଝରଣା
ପାହାଡ ଓ ଝରଣା


ଝରଣା ପାହାଡରେ ପାହାଡ ମୁଁ
ବନ ଝରଣା
ପିଲା ଦିନ ସାଥୀ ତୋର
ତୋତେ କରି ସାତ ପର
ଯିବାପାଇଁ ବହୁ ଦୂର
ମନ ବଳେନା
ପାହାଡ- ଝରଣାଲୋ ଝରଣା
ମୋ ବନ ଝରଣା
ସାଗର ରହିଛି ଚାହିଁ
ବାଟକୁ ତୋର
ଧରି ଢେଉର ହାର
ଖୋଜୁନୁ କାହିଁକି କହ
ତାର ଠିକଣା ?
ଝରଣା- ପାହାଡରେ ପାହାଡ
ତୋ ଛାତି ପଥର
କଲୁ ମୋତେ ବାଟବଣା
କରୁନାହୁଁ ନିଜର
ପାହାଡ- ଝରଣାଲୋ ଝରଣା
ମୋ କରମ ପଥର
ତୋପାଇଁ ଜଳୁଛି ନିତି
ଲୁହ ହୁଏ କାକର
ହଜେଇଖୋଜେ ମୁଁ ତୋତେ
ଜାଣିଜାଣି ଅଜଣା
ଝରଣାଲୋ ଝରଣା.....
ପାହାଡ- ମନଖୋଲି ନାଚୁ କେତେ
ମଉଷୁମୀ ଗୀତରେ
ମୋପାଇଁ ତୁ ଗପ ଆଜି
ସୂରୁଜର କୋପରେ
ଝରଣା- ସାଗରର ଗରଜନ
କାନେ ଯେବେ ବାଜୁଛି
ଜାଣେନି କାହିଁକି କିଆଁ
ଡର ଏତେ ଲାଗୁଛି
ପାହାଡ- ପାରୁନି ମୁଁ ରୋକି ତୋତେ
ମୁକୁଳା ମୋ ଅଗଣା......