STORYMIRROR

Abhiram Sahoo

Romance

2  

Abhiram Sahoo

Romance

ପାଦରେ ଲାଗୁଛି ଶିଉଳି

ପାଦରେ ଲାଗୁଛି ଶିଉଳି

1 min
13.6K


ତମ ଆସିବାକୁ ଚାହିଁ ଚାହିଁ କେତେ

ଜହ୍ନ ଗଲାଣି ମଉଳି

ତମ ଠିକଣାର ଘର ଖୋଜୁ ଖୋଜୁ

ପାଦରେ ଲାଗୁଛି ଶିଉଳି ।୦।


ତମ ଆସିବାର ଫୁଲପକା ରାତି

ଲୁହରେ ଲୁହରେ ଝରିଲା

ତମ ସପନର ଦୀପରୁ ସଳିତା

ମଉଳି ମଉଳି ଲିଭିଲା

ଚାତକିନୀ ଏଇ ମନ‐ପକ୍ଷୀ ମୋର

ବିଳପେ ଗୁମୁରି ଗୁମୁରି

ପାଦରେ ଲାଗୁଛି ଶିଉଳି ।୧।


ତମ ଦୁଆରକୁ ଯିବାକୁ ଚାହିଁଲେ

ଲାଜ ତ କବାଟ ଖୋଲୁନି

ପବନ ହାତରେ ଚିଠି ଦେଲେ ସେ ତ

ଦେହରୁ ପାଉଣା ଛାଡୁନି

ଲାଜକୁ ଡରି ମୁଁ ଏ କାନି ଖୋସିଲେ

ସେ କାନି ଯାଉଛି ହୁଗୁଳି

ପାଦରେ ଲାଗୁଛି ଶିଉଳି ।୨।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance