Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Tragedy

4.3  

KRUTIBAS NAYAK

Tragedy

ଓଡ଼ିଆ ଜାତିର ଲଢୁଆ ବୀର-30: ରିଣ୍ଡୋ ମାଝୀ

ଓଡ଼ିଆ ଜାତିର ଲଢୁଆ ବୀର-30: ରିଣ୍ଡୋ ମାଝୀ

1 min
309



ସ୍ଵରାଜ୍ୟ ମନ୍ତ୍ର କର୍ଣ୍ଣେ ଫୁଙ୍କିଲେ ସଂଗ୍ରାମୀ ନେତା ତିଳକ,

ସେ ପ୍ରତିଧ୍ଵନିରେ କମ୍ପି ଉଠିଲା ଭର୍ଲାଦାନୀ ମୂଲକ ।


କଳାହାଣ୍ଡିର କ୍ରୋଧ ବଢିଲା ବହ୍ନି ହେଲା ଦହନ,

ଗର୍ଜି ଉଠିଲା କନ୍ଧ ସମାଜ କରିଲେ ଯୁଦ୍ଧ ଆହ୍ଵାନ ।


ବନ୍ଧୁକ ମୂନେ ଶବର ନେତା ଦଣ୍ଡସେନା ଟଳିଲେ,

କନ୍ଧ ଯୁବକ ରିଣ୍ଡୋ ମାଝୀକୁ ଫିରିଙ୍ଗି ସେନା ଡରିଲେ ।


ରସୁଲକୋଣ୍ଡା କଇଦିଖାନା ତା’ପାଇଁ ହେଲା ତିଆର,

ମେରିଆ ବଳି ଅଭିଯୋଗରେ ବନ୍ଦୀହେଲେ ସର୍ଦ୍ଦାର ।


ଭାରତମାତାର ଜୟଧ୍ଵନିରେ ବନାଞ୍ଚଳ ହେଲା ଝଙ୍କୃତ,

କନ୍ଧ ସମାଜେ ମୁକ୍ତିଦାତାରେ ରିଣ୍ଡୋ ହେଇଲେ ସ୍ଵୀକୃତ ।


ଆତଙ୍କବାଦୀ କପଟ ପଣେ ମ୍ୟାକନିଲ ସାହେବ,

ମିଥ୍ୟା ପ୍ରଚାରେ ଶୁଣେଇଦେଲେ ରିଣ୍ଡୋ ମୁକ୍ତି ପାଇବ ।


ଉଠି ଆସିଲେ କ୍ଷେତରୁ ଚାଷୀ ପଥ ହୁଡ଼ିଲେ ପଥିକ,

ରିଣ୍ଡୋ ମାଝୀର ସ୍ଵାଗତ ପାଇଁ ଶ୍ରମ ଛାଡ଼ିଲେ ଶ୍ରମିକ ।


ହାଏରେ ହାଏ ମୁକ୍ତି କାହିଁ ମିଥ୍ୟା ଖାଲି ପ୍ରଚାର,

ଅଣ୍ଟାରେ ବେଡ଼ି ହାତରେ କଡ଼ି ପ୍ରହାର ପରେ ପ୍ରହାର ।


ଶସ୍ତ୍ରଧାରୀ ପୁଲିସ ବାହିନୀ ଅତ୍ୟାଚାର ଅସହ୍ୟ,

ରକ୍ତଭିଜା ନିର୍ଯ୍ୟାତନା ମନକୁ କରେ ଅଥୟ ।


ଗର୍ଜି ଉଠିଲେ ଯୁବ ବାହିନୀ ଧନୁ-ତୀରକୁ ସଜେଇ,

ମାତି ଉଠିଲେ କୁଟିଆ କନ୍ଧ ଟାଙ୍ଗିଆ ଖଣ୍ଡା ପଜେଇ ।


ମିଥ୍ୟାବାଦୀ ମ୍ୟାକଲିନ ସାଜିଲା କ୍ରୂର ସମନ,

ଅସ୍ତ୍ରଧାରୀ ସୈନ୍ୟ ଧରି କଲା ବିଦ୍ରୋହ ଦମନ ।


ଭର୍ଲାଦାନୀ ରଣକ୍ଷେତ୍ରରେ ଛୁଟିଲା ରକ୍ତ ଜୁଆର,

ସତର ଜଣ ବୀର ବିପ୍ଳବୀ ହେଲେ ପୁଲିସ ଆହାର ।


ସର୍ଦ୍ଦାର ମାଝୀ ପଡ଼ିଲେ ଟଳି ଗୁଳି ବାଜିଲା ବକ୍ଷରେ,

ରିଣ୍ଡୋ ନାମକୁ ଇତିହାସ ଲେଖିଲା ସ୍ଵର୍ଣ୍ଣ ଅକ୍ଷରେ ।



Rate this content
Log in

Similar oriya poem from Tragedy