STORYMIRROR

KRUTIBAS NAYAK

Tragedy

4  

KRUTIBAS NAYAK

Tragedy

ଓଡ଼ିଆ ଜାତିର ଲଢୁଆ ବୀର-20: ବକ୍ସି ଜଗବନ୍ଧୁ

ଓଡ଼ିଆ ଜାତିର ଲଢୁଆ ବୀର-20: ବକ୍ସି ଜଗବନ୍ଧୁ

1 min
233


ଫ୍ଲେଚର ସାହେବ ଚଳାନ୍ତି ଶାସନ ଖୋର୍ଦ୍ଧା କରି କରାୟତ,

ଖଜଣା ବଢିଲା ଶୋଷଣ ଚାଲିଲା ନିଷ୍କର ହେଲା ବ୍ୟାଜ୍ୟାପ୍ତ |


ସମୁଦ୍ର ପାଣିରୁ ଲୁଣ ମାରିବାକୁ ଶାସକ କଲେ ବାରଣ,

ପୁଲିସ ଅନ୍ୟାୟ ଅତ୍ୟାଚାର ଭୟ ହେଲା ଅଶାନ୍ତି କାରଣ |


ଅଶାନ୍ତି ଯନ୍ତ୍ରଣା ବଢିବଢି ଦିନେ ଜଳିଲା ବିଦ୍ରୋହ ନିଆଁ,

ବକସି ଜଗବନ୍ଧୁ କନ୍ଧମେଳି କଲେ ବୁଲି ଘୁମୁସର ଗାଆଁ |


କନ୍ଧମାନେ ମିଶି ଅଫିସରେ ପଶି ଆରମ୍ଭିଲେ ଜଳାପୋଡ଼ା,

ବିଦ୍ରୋହୀ ଦମନେ ଫ୍ଲେଚର ସାହେବ ଶାସନ ହୋଇଲା କଡ଼ା |


ପୁଲିସ ଆଖିରେ ଧୂଳିଦେଇ ବକ୍ସି ଅନେକ ଫଉଜ ମାରି,

ସକଳ କଷଣ କଲେ ବି ବରଣ ବିଦ୍ରୋହ ରଖିଲେ ଜାରି |


ସତର ବରଷ ଲଢିଲଢି ବୀର କଲେ ଆତ୍ମ-ସମର୍ପଣ,

ନଜର ବନ୍ଦୀରେ ରହି ବୀରବକ୍ସୀ ଶେଷ କରିଲେ ସଂଗ୍ରାମ |


କନ୍ଧମେଳି ହେଲା ସତର ବରଷ ଶାସନ ହେଲା ଅସ୍ଥିର,

ବିଦ୍ରୋହୀ ଆତଙ୍କେ କମି ଯାଇଥିଲା ଶାସକର ଅତ୍ୟାଚାର |


Rate this content
Log in

Similar oriya poem from Tragedy