ଓଡ଼ିଆ ଜାତିର ଲଢୁଆ ବୀର-18: ପାପଡ଼ାହାଣ୍ଡି
ଓଡ଼ିଆ ଜାତିର ଲଢୁଆ ବୀର-18: ପାପଡ଼ାହାଣ୍ଡି
ନବରଙ୍ଗପୁର ତାରାଗାଆଁ ପାଖ ଆମ୍ବତୋଟା ଗୁମାଗୁଡ଼ା,
ସଭା ମଣ୍ଡପରେ ଶହଶହ କାନ୍ଧରେ ଚାଉଳ ଚୂଡ଼ା |
ପାପଡ଼ାହାଣ୍ଡିର ଟୁରୀନଦୀ କୂଳେ ବଡ଼ ସମାବେଶ ହେବ,
ମାଧବ ପ୍ରାଧାନୀ ଆଦିବାସୀ ନେତା ନୂଆବାଟ ଦେଖାଇବ |
ଆଗେଇଲେ ନେତା ଭାଙ୍ଗିଦେବା ପାଇଁ ପାପଡ଼ାହାଣ୍ଡି ପୋଲ,
ଜନ ସମୁଦ୍ରକୁ ଦେଖିଲେ ପୁଲିସ ପାଇଲେଣି ଥଳକୂଳ |
କଳାନାଗ ନାମେ କୁଖ୍ୟାତ ନାଇଡୁ ପୁଲିସ ବାହିନୀ ଧରି,
ଟୁରୀନଦୀ କୂଳେ ଡେରା ପକାଇଲେ କରିଦେବେ ନାହିଁ ପାରି |
ପ୍ରାଧାନୀ ଡାକରେ ଆଗେଇଲେ କର୍ମୀ ନମାନି ପୁଲିସ ମାଡ଼,
କଳାନାଗ ପୁଣି ଉଠାଇ ବନ୍ଧୁକ ଆଦେଶିଲା ଗୁଳି ଛାଡ଼ |
ବନ୍ଧୁକ ଗର୍ଜିଲା ଗୁଡ଼ମ ଗୁଡ଼ମ ଆତଙ୍କ ଗଣିଲେ ନେତା,
ପଳାଇ ଯିବାକୁ ବାଟ ନ ମିଳାଇ କେତେ ହରାଇଲେ ଚେତା |
ଜୀବନ ବିକଳେ ଡେଇଁ ନଦୀଜଳେ ହରାଇଲେ କେତେ ପ୍ରାଣ,
ନଦୀପଠା ପରେ ମରି ପଡ଼ିଥିଲେ ବୀର ଊଣେଇଶ ଜଣ |
ମଙ୍ଗୁଳୁ ଭତରା, ବୁଦୁ ଅମାନତ, ରତନ ପୂଜାରୀ, ବଳି,
ପରମାନନ୍ଦ ସେ ସାହୁଘର ପିଲା ଗୁଳିରେ ପଡ଼ିଲେ ଢଳି |
