Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Tragedy Inspirational Others

3  

Prabhati Mahapatra

Tragedy Inspirational Others

ଓଁ ଶିବାୟ ନମଃ

ଓଁ ଶିବାୟ ନମଃ

1 min
114



ହର ହର ଆହେ ହର

     ସଂସାରରୁ ରକ୍ଷା କର

ତ୍ରିଲୋଚନ ନଟବର

    କୋପେ ତପେ ଦିଅ ବର

ହର ହର ।


ଉଚ୍ଚ କୈଳାସେ ଅସୀନ

     ଦେଖୁଛ ତିନି ଭୁବନ

ତୁମେ କି ପାରୁନ ଜାଣି

    ମୋ ଯାତନା ଗରୁ ଭାର 

ହର ହର ।


ସହସ୍ର ଦେବ ଦାନବ

    ବିଭୁ ପାଦେ ଯୋଡ଼ି ଭାବ

ଐଶ୍ଵର୍ଯ୍ୟ ଲଭନ୍ତି ସର୍ବେ

    ମୋ ଭାଗ୍ୟେ ଘୋଟେ ଅନ୍ଧାର

ହର ହର ।


ତୁମକୁ ହୃଦୟେ ରଖି

    ହୋଇଛି ମୁଁ ମହା ସୁଖି

ଭକତେ ନୁହଇଁ ଗଣା

     ତୁମ ପୟରେ କିଙ୍କର 

ହର ହର ।


ମାଗୁ ନାହିଁ ଧନ ମାନ

    ହେ ପ୍ରଭୁ ଶଶିଭୂଷଣ

ଢାଳି ଦିଅ ଜ୍ଞାନ ବାରି

    ଚଳୁ ମୋ ଲେଖନୀ ଗାର

ହର ହର ।


ସ୍ଵର ଶୈବଳିନୀ ପଥେ

    ଆସ ହେ ପାର୍ବତୀନାଥେ

ସେ କଲ୍ଲୋଳେ ଅବିରତେ

    ବୋହି ଯାଉ ଅଶ୍ରୁ ଧାର 

ହର ହର ।


Rate this content
Log in

Similar oriya poem from Tragedy