ଓମିକ୍ରନ୍
ଓମିକ୍ରନ୍
ଜର ପଛେ ପଛେ ନୁଆର ଆସଇ
ଏତ ନିୟତିର ଖେଳ ,
ଯିବାରୁ କରୋନା ଆସେ ଓମିକ୍ରନ୍
ଧରି ରୂପ ମହାକାଳ ।
କରୋନା ସାଥିରେ ଯୁଝୁଛି ମଣିଷ
ହେଇ ନାହିଁ ଯୁଦ୍ଧ ଶେଷ ,
ଓମିକ୍ରନ୍ ଆସେ ପଞ୍ଝା ମେଲେଇ
ତଣ୍ଟିରେ ତଣ୍ଟିଏ ଶୋଷ ।
ଯୁଇରେ ଜଳୁଛି ବାପର ଜୀବନ
ମାଆକୁ ଡାକେ ମଶାଣି,
ଓମିକ୍ରନ୍ ଧାଏଁ ପୁଅ ପଛେ ପଛେ
ସତେ କି କଞ୍ଚା ଡାହାଣୀ ।
କରୋନା ନେଇଛି ଜୀବନ ଜୀବିକା
ଅଣ୍ଟା ଖାଲି ପେଟ ଖାଲି ,
ଖତେଇ ହଉଛି ଓମିକ୍ରନ୍ ନେବ
ଯାହା ଅଛି ବାକି କାଳି ।
କର ନାହିଁ ଭୟ ଅଛିରେ ଉପାୟ
କରୋନାର ହେବ ଅନ୍ତ,
ରଖ ସାମାଜିକ ଦୂରତା ବଜାଇ
ବାର ବାର ଧୁଅ ହାତ ।
ମାସ୍କ ପିନ୍ଧିବା ଟୀକା ବି ନାଇବା
ଓମିକ୍ରନ୍ ହେବ ହତ ,
ଓମିକ୍ରନ୍ ଇଏ କରୋନା ପ୍ରଜାତି
କରୋନାରୁ ଯେଣୁ ଜାତ ।
ମାନିଲେ ବାରଣ ନହେବ ମରଣ
ସୁଖରେ ଦିନ ବିତିବ ,
ଗୁଜବରେ କାନ ଦିଅ ନାହିଁ ବନ୍ଧୁ
ସଂସାର ପୁଣି ହସିବ ।