STORYMIRROR

Krushna Chandra Lenka

Inspirational

4  

Krushna Chandra Lenka

Inspirational

ଓମିକ୍ରନ ବାଘ

ଓମିକ୍ରନ ବାଘ

1 min
405

ମାଡି ମାଡି ଆସେ ଓମିକ୍ରନ ବାଘ

  କେତେ ଯେ ସଅଳ ଏଠି 

ଚାହୁଁ ଚାହୁଁ ସେତ ବଢ଼ାଏ ଶିକାର

 ପଜାଇଣ ତାର ପାଟି।


ଦୁଇ ଦୁଇ ଥର କରୋନା ଲହର

  ବିପତ୍ତି ଆଣିଚି ଯେତେ 

ତଥାପି ମଣିଷ ବୁଝେ ନାହିଁ ସେତ

 ଏମନ୍ତ ଦୁର୍ଦ୍ଦିନ ସ୍ଥିତେ।


କିମ୍ପାଇଁ ଯେ ନର ନାହିଁ ତୋର ଡର

  ବାଘକୁ ଭାଳୁ ବିଲେଇ 

ସଅଳ ସେ ଆସି ତୋ ଘରେ ପ୍ରବେଶି

 ନେବ ଯେ ତତେ ଉଠାଇ।


ଛାଡି ଯିବ ତୋର ବାଘ ଦେଖା ମଜା

 ତା ପାଶେ ଥିବୁ ତୁ ଯହିଁ 

ତେବେ ସେଇ କାଳେ କିସ ଆଉ ମିଳେ

  ଶିକାର ହୋଇଲେ ତୁହି।


ବେଳ ଥାଉଁ ଥାଉଁ ହୋଇ ସାବଧାନ

  ମାନୁଥା କୋଭିଡ ନୀତି 

ନୋହିଲେ କ୍ଷଣକେ ଅଟକିବ ଧନ

  ତୋର ଏ ଜୀବନ ଗତି।


ଏଣେ ତେଣେ କାହିଁ ଯାତ୍ରା କରୁ ତୁହି

  ଅଯଥାରେ ବାପ ଧନ 

ଗଣ ସମାବେଶୁ ଦୂରେଇ ରହିଣ

 ବଦଳା ତୋହର ମନ।


ନିର୍ବାଚନ ଘଣ୍ଟି ବାଜିଲାଣି ଏଠି

 ସଜାଗ ହେଲେଣି ନେତା 

ତିଳେ ସଚେତନ ନହୋଇଲେ ଧନ

 ସଂକ୍ରମଣ ଦେବ ବ୍ୟଥା।


ତିଳେ ସ୍ୱାର୍ଥ ପାଇଁ ନିର୍ବାଚନ ଯହିଁ

 ହେବ ଏ ଘୋର ଦୁର୍ଦ୍ଦିନେ 

ତେବେ ତାର ଫଳ ନିଶ୍ଚେ ହେବ କାଳ

  ମାନବ ସମାଜେ ଦିନେ।


ବର ଜୀବ ଭାଳି ଗଢ଼ିଛି ବିଧାତା

 ତତେ ପରା ଏ ଭୁବନେ 

ବିବେକ ବିଚାର ବୁଦ୍ଧି ଥାଇ ତୋର

 ଭାଳୁ ନାହୁଁ କାହିଁ ମନେ?


ତାଲାବନ୍ଦୀ ଆଉ ନୁହଁଇ ସମ୍ଭବ

 ଏ' ଘୋର ଦୁର୍ଦ୍ଦିନ କାଳେ 

ଜୀବିକା ଜୀବନ ଉଭୟ ବିପନ୍ନ

  ହୋଇଯିବେ ତାର ବଳେ।


ତାଲାବନ୍ଦୀ ପାଇଁ ଅର୍ଥନୀତି ଯହିଁ

  ହୁଏ ଏଠି ଧରାଶାୟୀ 

ଦୁଇ ବର୍ଷ ପରେ କଅଁଳିଚି ଥରେ

  ଅର୍ଥନୀତି ଘାସ ତହିଁ।


ସେଇ କାଳେ ଯଦି ହୁଏ ତାଲାବନ୍ଦୀ

 ଆଉ ଥରେ ଏଇ ଦେଶେ 

ମରୁଭୂମି ସମ ଅର୍ଥନୀତି ଆମ

 ହେବ ନିଶ୍ଚେ ତା' ସକାଶେ।


ତୁଣ୍ଡି ପିନ୍ଧି ମୁଖେ ଯିବା ଆମେ ଦୁଃଖେ

 ସାବୁନେ ଧୋଇଣ ହାତ 

ସାମାଜିକ ଦୂର ବଜାୟ ରଖିଣ

 ନିଇତି ଚାଲିବା ପଥ।


ମିଳିମିଶି ଆମେ ଏ ଭାରତ ଭୂମେ

 ପାଳିଲେ କୋଭିଡ ନୀତି 

ଓମିକ୍ରନ ବାଘ କମାଇଣ ବେଗ

 ହରାଇବ ତାର ସ୍ଥିତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational