STORYMIRROR

Sunanda Mohanty

Inspirational Children

4  

Sunanda Mohanty

Inspirational Children

ଓଡିଶା

ଓଡିଶା

1 min
369

ବନ୍ଦେ ଉତ୍କଳ ଜନନୀ ଜନନୀ 

ଭାଷା ସାହିତ୍ୟରେ ସମୃଦ୍ଧିଶାଳିନୀ 

ସ୍ଥାପତ୍ୟ ଭାସ୍କର୍ଯ୍ୟ ଚାରୁହାସିନୀ 

ପର୍ବତ ନଦୀ ଝରଣା ମନ୍ଦହାସିନୀ 

ହସ୍ତଶିଳ୍ପ ବିକଶିତ ଭୁବନମୋହିନୀ 

ମୋ ଉତ୍କଳ ରାଇଜର ଧରମା 

ବାଜିରାଉତ ରଖିଗଲା ଗାରିମା 

ଧନ୍ୟ ଗୋପବନ୍ଧୁ ଓଡିଶା ଗାନ୍ଧୀ 

ଶିକ୍ଷା ସଂସ୍କୃତି ରକ୍ଷକ ଚରଣେ ବନ୍ଦୀ 

ଗଳ୍ପ ଉପନ୍ୟାସ ଗୀତ କବିତା କାହାଣୀ 

ପଟ୍ଟଚିତ୍ର ବାଲୁକାଶିଳ୍ପ ଶୋଭା ମନ୍ଦାକିନୀ 

ଫକୀରମୋହନଙ୍କ" ଛ ମାଣ ଆଠ ଗୁଣ୍ଠ "

ଆଜିଯାଏଁ କେଉଁ ଲେଖନୀ ଲେଖିନି 

ମଧୁବାବୁ ବାରାଷ୍ଟର ଓଡ଼ିଆ ଭାଷାକୁ 

ଦେଇଗଲେ ସୁଧା ମୃତସଞ୍ଜୀବନୀ 

ଛବିଳ ବର୍ଣ୍ଣବୋଧ ସୁଗମ ଅତି

ବୁଝିପାରେ ଛୋଟ ଶିଶୁ କୋମଳମତି 

ଘରେ ମଗୁଶିରେ ଲକ୍ଷ୍ମୀପୁରାଣ ପଢ଼ନ୍ତି 

ବଳରାମ ଦାସ ଭାଇ ଯାହା ମନ୍ତ୍ର ଲେଖିଛନ୍ତି 

ଓଡ଼ିଶାର ଆରାଧ୍ୟ ଜଗନ୍ନାଥ ଠାକୁର 

ବଡ଼ମନ୍ଦିର ପତିତପାବନବାନା ଫର ଫର 

ଓଡିଶା ପାଇକ ପୁଅ ଅସ୍ତ୍ର ଶସ୍ତ୍ର ଚାଳନା 

ଥରେ ଯେ ଦିଖିଛି ଉଡାଏ ପରିଚୟ ବାନା 

ସଂସ୍କୁତି ସଂହତି ଭାଇଚାରା ପୃଷ୍ଠପୋଷକ 

ମୋ ଓଡିଶା ରାଇଜ ଭାରି ଅଭିମାନିନୀ 

ସ୍ୱାଭିମାନ ଭାରେ ଭରି କିଛି ଵି ମାଗିନି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational