STORYMIRROR

DILIP KUMAR SAHOO

Inspirational

3  

DILIP KUMAR SAHOO

Inspirational

ଓଡ଼ିଆରେ ଓଡ଼ିଆ

ଓଡ଼ିଆରେ ଓଡ଼ିଆ

1 min
257


ଅଧା ଓଡିଆକୁ ଅଧା ଇଂରାଜୀ

ଓଡିଆ ଶବଦ ଯାଉଛି ହଜି

ଓଡିଆ ଭାଷାରେ କଥା କହିବାକୁ

ଓଡ଼ିଆ ପିଲାଏ ନୁହନ୍ତି ରାଜି


ହ୍ୟାଲୋ ରେ ଆରମ୍ଭ ବାଏ ରେ ଶେଷ

ହାୟେ ,ଟା ,ଟା ମୁରୁକି ହସ

ସ୍ମାଇଲ ପ୍ଲିଜ ସାଇଲେନ୍ସ ପ୍ଲିଜ

ତୁନିହୋଇ ବସ ଆଖିକୁ ବୁଜି

ଅଧା ଓଡ଼ିଆକୁ ଅଧା ଇଂରାଜୀ ....


ପାଠ ଯେବେହୁଏ ଶେଷ ଯାହାର

ଓଡିଆ ଅକ୍ଷର ଲାଗନ୍ତି ପର

ଇଂରାଜୀ ରେ ସିଏ ଓଡିଆ ଲେଖନ୍ତି

ଯୁକ୍ତାକ୍ଷର ସବୁ ହୁଏନି ବୁଝି

ଅଧା ଓଡ଼ିଆକୁ ଅଧା ଇଂରାଜୀ ...


ଆଣ୍ଡ , ବଟ୍ ରେ ଯୋଡନ୍ତି ବାକ୍ୟ

ଭାଷାରେ ସତେକି ଲାଗଇ ଠେକ

ଧନ୍ୟବାଦ ଆମେ ଦେଇପାରୁନାହୁଁ

ଥ୍ୟାଙ୍କ୍ୟୁରେତ ଋଣ ଦେଉଛୁ ସୁଝି

ଅଧା ଓଡ଼ିଆକୁ ଅଧା ଇଂରାଜୀ ....


ଭୁଲ୍ କରିଲେ କହୁଛୁ ସରି

ଭୁଲ୍ କୁ ପାରୁନୁ ଆମେ ସୁଧାରି

ମାତୃଭାଷା ପରା ମମତାରେ ଭରା

ଦୂରେଇ ଯାଉଛ କାହିଁକି ଆଜି 

ଅଧା ଓଡ଼ିଆକୁ ଅଧା ଇଂରାଜୀ ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational