STORYMIRROR

Surjyakanta Dash

Tragedy Inspirational Others

3  

Surjyakanta Dash

Tragedy Inspirational Others

ଓଡ଼ିଆ ପୁଅ ମୁଁ ଆଜି ଦାଦନ ସାଜିଛି

ଓଡ଼ିଆ ପୁଅ ମୁଁ ଆଜି ଦାଦନ ସାଜିଛି

1 min
206


ଓଡ଼ିଆ ପୁଅ ମୁଁ ଆଜି ଦାଦନ ସାଜିଛି

କିଏ ବା ଶୁଣୁଛି ମୋ ଦୁଃଖ ଯନ୍ତ୍ରଣା

ସମସ୍ତେ ତ ଏଠି ପଥହୁଡ଼ା ଶ୍ରମିକସୁରତ, କଲିକତା,ହାଇଦ୍ରାବାଦରେ

ଦିଲ୍ଲୀରେ ମୁଁ ରହୁଛି,ମୁଁ ଓଡ଼ିଆ ଦାଦନ କହୁଛି ।।

ଏନ୍ତୁଡି ଶାଳରୁ ହିନିମାନି ମୁଁ

ପେଟ ଯନ୍ତ୍ରଣାରେ ଜୀବନ କାଟେ

ପେଟ ଭୋକ ପାଇଁ ଦୁଃଖ ମୁଁ ସହୁଛି

କୁପୋଷଣରେ ମୋ ଶୈଶବ କଟିଛି

ପୁଅ ମୁଁ ଓଡ଼ିଆ ଆଜି ଦାଦନ କହୁଛି ।।

କିଶୋର କାଳରେ ବିନା ଶିକ୍ଷା ଦୀକ୍ଷାରେ

ସପନ କୁ ମୋର ଜଳାଞ୍ଜଳି ଦେଇଛି

ବଞ୍ଚେଇବା ପାଇଁ ରୋଗିଣା ମା ମୋର

ଅନ୍ୟ ଘରେ ଯାଇ ବାସନ୍ ମାଜିଛି

ସେଥିପାଇଁ ଆଜି ମୁଁ ଦାଦନ ସାଜିଛି ।।

ଭାଇ ଭଉଣୀର ମୋଠି ସରାଗ

କାନ୍ଦି କାନ୍ଦି ମୋତେ କରନ୍ତି ବିଦାୟ

ପୁଅ ପାଇଁ ଆଉ ବୁଢ଼ା ବାପା ପାଇଁ

ବଞ୍ଚିବାର ରାହା ମୁଁ ଖୋଜୁଛି

ସେଥିପାଇଁ ଆଜି ମୁଁ ଦାଦନ ସାଜିଛି ।।

ଜନମ ମାଟିର ମମତା କୁ କେବେ

ମନରୁ ମୁଁ ଦେଇନି ଦୂରେଇ

ସାଙ୍ଗ ସାଥି ଆଉ ବନ୍ଧୁ ପରିଜନଙ୍କୁ

ଏ ଅଭାବରେ ମଧ୍ୟ ଭୁଲିନି

ତଥାପି ଏ ପେଟ ଚାଖଣ୍ଡକ ପାଇଁ

ଓଡ଼ିଆ ପୁଅ ମୁଁ ଦାଦନ ସାଜିଛି ।।

ଗାଆଁ ନଦୀ କୂଳ, ଆମ୍ବ ତୋଟା ମାଳ

ସବୁଦିନ ସୁରତ ରେ ମଧ୍ୟ ମନେ ପଡେ

କୁନି ପୁଅ ମୋର ଖୋଜେ ରାହା ଧରି

କାନ୍ଦି କହେ ତା ମାଆ, ଠାରୁ ମୁଁ ଶୁଣିଛି

ତଥାପି ମୁଁ ଜୀବନ କଷଣ ସହିଛି

ଓଡ଼ିଆ ପୁଅ ମୁଁ ଦାଦନ ଆଜି ସାଜିଛି ।।

ଚାଷୀ ପୁଅ ମୁଁ ଖଟିଖିଆ ଲୋକ ଟିଏ

ଆଜିର ଦୁର୍ନୀତି, ଭ୍ରଷ୍ଟାଚାର ସରକାରରେ

ମୁଁ ଗରିବ, ମଳିମୁଣ୍ଡିଆ ଓଡ଼ିଆ ପୁଅ ଟିଏ

ଆମ୍ଭର ଦରଦ ଅବା ଏଠି କିଏ ବା ବୁଝୁଛି

ମୁଁ ଗୋପବନ୍ଧୁ, ମଧୁବାବୁଙ୍କ ଦାୟାଦ୍

ଓଡ଼ିଆ ପୁଅ ମୁଁ ଆଜି ଦାଦନ ସାଜିଛି ।।

ଆଜିର ଏ ଶାସନରେ ତେଲିଆ ମୁଣ୍ଡରେ ତେଲ

ବଞ୍ଚିବା ପାଇଁକି ଏ ଜୀବନ ଏଡ଼େ ହିନିମାନ

ଆମ ଶାସନର ଅବା, କି ମାନେ ଅଛି ?

ଆମ ଦେଶ ପ୍ରୀତି କିଏ ବା ମାପୁଛି

ପେଟକୁ ଦାନା ଟିଏ ପାଇଁ ଦୂରରେ ରହୁଛି

ଓଡ଼ିଆ ପୁଅ ମୁଁ ଆଜି ଦାଦନ ସାଜିଛି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy