STORYMIRROR

Ansuman Swain

Children

3  

Ansuman Swain

Children

ଓଡ଼ିଆ ନବବର୍ଷ

ଓଡ଼ିଆ ନବବର୍ଷ

1 min
188


ଆମରି ମାଟି ହସୁଛି ଆଜି 

     ହସୁଛି ଆମରି ଦେଶ 

ଓଡ଼ିଆ ପୁଅ କହୁଛି ଦେଖ

      ଆସିଲା ନୂତନ ବର୍ଷ 

ପଣା ସଂକ୍ରାନ୍ତି ବୈଶାଖ ମାସ 

      ଧରାକୁ କଲା ପ୍ରବେଶ 

ଆନନ୍ଦେ ଆସ ଗାଇବା ଗୀତ

      ମନରେ ରଖି ହରଷ 

ନୂଆ ଜୀବନ ଆରମ୍ଭ କରି

      ହସି ହସାଇବା ଆମ୍ଭେ

ନୂଆ ବର୍ଷକୁ ଆଦରି ନେଇ

      ଚାଲିବା ଆମରି କର୍ମେ 

ମରୁତ ସୁତ ରାଘବ ଦୂତ 

       ଶୁଭୁଅଛି ତାଙ୍କ ନାମ

କେଡେ ମଧୁର ଲାଗୁଛି ଆଜି 

      ଦେଖି ଏହି ଧରାଧାମ 

ସକଳ କଷ୍ଟ ମନରେ ଭୟ

      ଆଜିଠାରୁ ହେଉ ଦୂର 

ରୋଗର କାୟା ଆଜିଠୁ ମିଟୁ

       ହସିଉଠୁ ଆମ ପୂର 

ଆଜିଠୁ ସୃଷ୍ଟି ନୂତନ ଋତୁ

     ଆମ ହିନ୍ଦୁ ପରିବାରେ 

ଆନନ୍ଦେ ଆମେ ରହିବା ମିଶି 

     ଭାତୃତ୍ୱର ଭାବ ଧାରେ 

ଓଡ଼ିଆ ଜାତି ଭାରି ସାହସୀ 

    ନାହିଁ ରାଗ ଅଭିମାନ 

ଆମରି ମାଟି ହସୁଛି ଆଜି 

     ହସୁଛି ଆମରି ମନ.....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children