STORYMIRROR

Kabiratna Nutan Kumar Behera

Action Inspirational

4  

Kabiratna Nutan Kumar Behera

Action Inspirational

ଓଡ଼ିଆ କବିତା ପଢ଼ା ବହି

ଓଡ଼ିଆ କବିତା ପଢ଼ା ବହି

1 min
353

ପୃଷ୍ଠାଟିଏ ଓଲଟାଇ ଦେଖିଲେ

ସ୍ମରଣକୁ ଆସିଯାଏ

ତାର କଥାବସ୍ତୁ ଟୀକା ଟିପ୍ପଣୀ

ହୋଇଥାଏ ଯଦି ସେ ଗୋଟାଏ

ପୂର୍ବ ପଠିତ ପଢ଼ା ବହି

ପୁରୁଣା ପାଠର ହୁଏ ପୁନରାବୃତ୍ତି 

ଆଗକୁ ପଢ଼ିବାର ବଢ଼େ ଉତ୍ସାହ

ରଖି ହୁଏ ପୂର୍ବାପର ସଂପର୍କ 

ପରବର୍ତ୍ତୀ ପ୍ରସଙ୍ଗ

ବୁଝିବା ହୁଏ ସହଜ ପ୍ରାଞ୍ଜଳ

ପାଠର ଜଟିଳତାକୁ ସେ

କରି ଦିଏ ସରଳ ବୋଧଗମ୍ୟ

ପଢ଼ା ବହିର ଆଧାରରେ

ଶିକ୍ଷକଙ୍କ ବିନା ବି ପଢ଼ି ହୁଏ

କେତେକ ଅପଢ଼ା ବହିର ପୃଷ୍ଠା

ଜୀବନ ବି ସେମିତି ଏକ ପଢ଼ା ବହି

ବିତି ଥିବା ଅତୀତର ଦିନ ଗୁଡ଼ିକ

ଗୋଟିଏ ଗୋଟିଏ ପୃଷ୍ଠା

ସବୁବେଳେ ସ୍ମରଣ କରାଇ ଦିଏ

ପୂର୍ବର ଅନୁଭୂତି ଅଭିଜ୍ଞତା

ଭବିଷ୍ୟତ ପାଇଁ ଦିଏ ଆହ୍ଵାନ

ଆଖି ଆଗରେ ଦେଖାଏ

ଆଲୋକର ଆଭାସ

ମନରେ ଦୃଢ଼ତା ଯାଏ ଭରି

ପଢ଼ା ବହିକୁ ପୁଣିଥରେ ପଢ଼ି

ସ୍ମରଣ କରିବାକୁ ହୁଏ 

ଭୁଲି ଯାଇଥିବା ଅଂଶ କିଛି

ପଠନ ଚିନ୍ତନ ବ୍ୟତିରେକ

ଅନୁଶୀଳନୀର ଲିଖନ ପାଇଁ

ସ୍ଵଧ୍ୟାୟର ଆବଶ୍ୟକତା ଅଧିକ

ପଢ଼ା ବହି ଏକ ସହାୟକ ମାତ୍ର

ତା' ସାଥେ ସଂପର୍କ 

ରଖିବାକୁ ହୁଏ ନିୟମିତ

ଦେଇ ଥାଏ ପ୍ରେରଣା

ଉପସ୍ଥାପନାରେ ହୁଏ ତାର

ଲବ୍ଧଜ୍ଞାନର ପ୍ରୟୋଗ

ଜୀବନ ରୂପକ ପଢ଼ା ବହିକୁ

ଯିଏ ଯେତେ ଅଧିକ ଥର

ମନଯୋଗରେ ପଢ଼େ

ସେ ସେତିକି ପ୍ରବୀଣ ଅଭିଜ୍ଞ

ଏ ପଢ଼ା ବହିରୁ ସଂପର୍କ

ଦେଲେ ତୁଟାଇ

ପ୍ରସଙ୍ଗର କଥାବସ୍ତୁ 

ମନରୁ ଯାଏ ଦୂରେଇ

ପୁନର୍ବାର ପଢ଼ିବାକୁ ଲାଗେ

ଭାରି ଜଟିଳ କ୍ଳିଷ୍ଟ 

ଭୁଲ୍ ହୋଇଯାଏ ସବୁ ପାଠ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action