STORYMIRROR

LALIT MOHAN DASH

Comedy Romance Tragedy

4  

LALIT MOHAN DASH

Comedy Romance Tragedy

ନୂଆଖାଇ

ନୂଆଖାଇ

1 min
237


ପଶ୍ଚିମ ଆକାଶେ ବିହଙ୍ଗ ମୁଖର

ଭୁଲି କାଲି ବିଭାଜନ 

ଓଠେ ସଜଫୁଟା ହସର ଜୁଆର

ମନ ପୂତ ପାରବଣ ।


ସଭିଙ୍କ ଆଖିରେ ପ୍ରୀତିରେ ଲୋତକ

ଶୋଭାମୟ ହୃଦ ପ୍ରାଣ 

ବହୁଅଛି ନଈ ମିଠା ଗୀତ ଗାଇ

ନୂଆଖାଇ ଶିହରଣ ।


ବନ୍ଧୁ ପ୍ରିୟଜନ ଭାବର ଛୁଆଁରେ 

ସରାଗର ସୁଧାବାରି 

ଘରେ ଘରେ ରାସ ଅପୂର୍ବ ରୋଷଣୀ

ଘନ ତମିସ୍ରାକୁ ଚିରି ।


ପହିଲି ପୁଲକ ଚାଷୀର ମହକ

ଅମଳ ଆଘ୍ରାଣ ପାଇ 

ଇଷ୍ଟଦେବୀଙ୍କୁ ସେ ସମରପି ଦିଏ

ଭାବ ଗଦଗଦ ହୋଇ ।


ନବାନ୍ନର କ୍ଷୀରି ପରଶେ ଦେହୁରୀ

ପୂର୍ବଜଙ୍କ ସୁମରଣେ 

ବିତରେ ସେ ସର୍ବେ ପ୍ରଭୁ ଲାଗି ଭୋଗ

ପୁଲକିତ ଶିହରଣେ । 


ଦିବ୍ୟ ନବାନ୍ନର ମଧୁ ପରଶରେ 

ସୁଖ ସ୍ଵପ୍ନ ଜହ୍ନ ଛାଇ 

କୁହୁକ କାକଳି କମଳିନୀ ଶୋଭା

ପଶ୍ଚିମୀର ସୁନାଭୂଇଁ ।


ନୂଆଖାଇ ବାସି ପାଳନ 'ତିଆସି' 

ସମ୍ମିଳିତ ଗ୍ରାମବାସୀ  

ମନୋରଞ୍ଜନର ନବ ଇସ୍ତାହାର 

ଆକର୍ଷଣ ବାରମାସୀ ।


ନୂଆଖାଇ ମୋର ଆମର ପରବ 

ଗରବର ନୀଳଭେଟି  

ବିଶ୍ଵ ଭ୍ରାତୃତ୍ୱର ମଳୟ ଛୁଆଁରେ 

ବାସମୟ ହୃଦକୋଠି ।



Rate this content
Log in

Similar oriya poem from Comedy