STORYMIRROR

Pankajini Upadhaya

Inspirational

3  

Pankajini Upadhaya

Inspirational

ନୂଆଖାଇ ଜୁହାର

ନୂଆଖାଇ ଜୁହାର

1 min
14.1K


ଜୁହାର

ନୂଆଖାଇର ଜୁହାର

ପଶ୍ଚିମ ଓଡ଼ିଶାର ଗଣ ପର୍ବ

ନୂଆଖାଇ ଭେଟଭାଟ।

ନବାନ୍ନ ପାରାୟଣ

ଘରେ ଘରେ ଆନନ୍ଦର ପର୍ବ

ସମ୍ପର୍କର ମୁକ୍ତ ଦ୍ବାର

ବଡ ସାନ ବିଚାରରେ

ଭକ୍ତି ଭଲପାଇବାର

ସୁଦୃଢ ଭିତ୍ତି।

ନୀତି ନୈତିକତାର

ଆଦର୍ଶ ନମୁନା।

ତୁଟିଯାଏ

ଅଭିମାନ

ରାଗରୁଷା

ଦ୍ଵନ୍ଦ୍ଵର ପ୍ରାଚୀର।

ଭେଟ ଭାଟ ସମ୍ପର୍କର

ଯେମିତି ଅପା ଭାଇ ଭେଟିବେ

ଭାଇ ଭାଉଜ ଯାଆ ଦେଢଶୁର

ନଣନ୍ଦ ଦିଅର

ସବୁ ସମ୍ପର୍କର ସୌଦାଗରଙ୍କୁ।

ମିଳନର ଅପୂର୍ବ ଉଲ୍ଲାସ

ଆଲିଙ୍ଗନ ଆଲିଙ୍ଗନେ

ହେବେ ସମ୍ମୋହିତ।

ସାନଏ କରିବେ ଦଣ୍ଡବତ

ମୁଣ୍ଡ ଧୂଳି ନେଇ ମଥାରେ

ବୋଳିବେ ସତତ

ମାଗି ନେବେ ଅଭୟ ବର

ଜୀବନରେ ଦୁଃଖ ସୁଖ

ଦେବେନି ପ୍ରହାର

ବଡମାନଙ୍କ ଆଶୀର୍ବାଦରୁ

ମିଳିଯିବ ସୁସ୍ଥ ଜୀବନଯାପନର

ପୂର୍ଣ୍ଣ ଅଧିକାର।

ବିଶ୍ଵାସର ବିଶ୍ଵସନୀୟତା

ଆତ୍ମୀୟତା ପାଇବାର

ପ୍ରବଳ ଏ ତୃଷ୍ଣା

ସାମାଜିକ ବନ୍ଧନର

ଅପୂର୍ବ ଉଚ୍ଛ୍ଵାସ।

ଖାଦ୍ୟ ବିନା ଜୀବନ ନାହିଁ

ଏକତ୍ର ଭୋଜନ

ଯେମିତି ଆନନ୍ଦ ବଜାର

ଖୁଆଖୁଇ ପରସ୍ପରେ

ଅନୁଭବ ନବାନ୍ନର

ପବିତ୍ର ଆସ୍ଵାଦ

ତା'ସହିତ ସମନ୍ଵୟର

ମଧୁର ଦିବସ।

ସମ୍ପର୍କର ସେ ଅଭେଦ୍ୟ

ପ୍ରାଚୀର

ଦିଅଇ ସୂଚନା

ମିଳିମିଶି ହସିଖୁସି

ଚଳିବାର ଭିନ୍ନ ଏ ନମୂନା।

ଆସ ଆଜି ପ୍ରଭାତର

ପ୍ରଭୁମୟ ପ୍ରଭାବନା

ପଞ୍ଚମୀ ବାସରେ

ଗାଇବା ସମ୍ପର୍କର ଜୟଗୀତି

ନାଚିବା ଆନନ୍ଦେ

ହାତହାତେ ଛନ୍ଦି।

ମାତିଯିବା ଅପା ଭାଇ ସାଥେ

ପୁଅ ଝିଅ ବୋହୃ ଯେତେ

ସମ୍ପର୍କ ସାଥେ।

ଆଜି ଋଷି ପଞ୍ଚମୀ

ଧ୍ୟାୟିବା ଋଷି ମାନଙ୍କ

ନାମକୁ ନେଇ।

ଇତିର ବେଳ

ବନ୍ଦନର ଅନ୍ତିମ କାଳ

ଦଣ୍ଡବତ, ପ୍ରଣାମ, ନମସ୍କାର

ଶୁଭେଚ୍ଛା, ଶ୍ରଦ୍ଧା, କଲ୍ୟାଣ ବହୁତ

ବିଦାୟ ନେଉଛି

ଗାଇ ବିଦାୟ ସଙ୍ଗୀତ।


Rate this content
Log in

Similar oriya poem from Inspirational